ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ପାପଡାହାଣ୍ଡି ବ୍ଲକ ଧନସୁଲି ଗ୍ରାମରେ ଆଡଭାଣ୍ଟା କମ୍ପାନୀ ତରଫରୁ ଆଡଭାଣ୍ଟା ୭୬୮ ମକା କ୍ଷେତ୍ର ପରିଦର୍ଶନ ଓ ଅମଳ କାର୍ଜ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଜ୍ୟକ୍ରମ ରେ କମ୍ପାନୀ ତରଫରୁ ଏ ଏସ୍ ଏମ୍ ପ୍ରଫୁଲ୍ଲ ସେନାପତି,ଟି ଏସ୍ ଏମ୍ ପ୍ରମୋଦ କୁମାର ନାୟକ ଓ ଏମ୍ ଡି ଓ ସୌମ୍ୟ ରଞ୍ଜନ ସେନାପତି ସଭା ପରିଚାଳନା କରିଥିଲେ।୩ ଜଣ କମ୍ପାନୀ ଅଧିକ୍ରୁତ ବିକ୍ରେତା କୃତିବାସ ପାତ୍ର(ପାପଡାହାଣ୍ଡି),ମିଲନ ମହାନ୍ତି(ଦିଗିସଲପା)ଓ ପରମେଶ୍ଵର ଗୁପ୍ତାଙ୍କ ସହ ପ୍ରାୟ ୩୫ଜଣ ବିକ୍ରେତା ବନ୍ଧୁ ଉପସ୍ତିତ ରହି ଏଡିଭି ୭୬୮ମକାର ଗୁଣ,ରଙ୍ଗ ଓ ପରିମାଣକୁ ଅନ୍ୟ କମ୍ପାନୀର ମକା ସହ ତୁଳନା କରାଯାଇଥିବା ବେଳେ ପରିକ୍ଷାରୁ ଜଣାଗଲା ଉକ୍ତମକା ଏକର ପ୍ରତି ପ୍ରାୟ ୩୮ କୁଇଣ୍ଟାଲ ଅମଳ ହେଉଛି।ଅନ୍ୟ ମକା ଏକର ପ୍ରତି ୨୫ କୁଇଣ୍ଟାଲ ଅମଳ ହେଉଛି ବୋଲି ପରିକ୍ଷା କରିବାରୁ ଜଣାପଡିଥିଲା।ଉକ୍ତ ମକା ବିହନ ନେଇ ସମସ୍ତ ବିକ୍ରେତା,ଅଧିକୃତ ବିକ୍ରେତା ଓ ଜମି ମାଲିକ ଅତ୍ୟଧିକ ସନ୍ତୋଷ ପ୍ରକଟ କରି ଆସନ୍ତା ଦିନମାନଙ୍କରେ ଉକ୍ତ ଏ ଡି ଭି ୭୬୮ ମକାର ବିକ୍ରିକୁ ତ୍ଵରାନ୍ନିତ କରି ଚାଷୀମାନଙ୍କୁ ଅଧିକ ଲାଭବାନ କରାଇବା ପାଇଁ ସହମତି ପ୍ରକାଶ ପାଇଥିଲା। ନବରଙ୍ଗପୁର ଜିଲ୍ଲାରୁ ରଵିନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ସଙ୍ଘର୍ଷ୍ ନିୟୁଜ୍।