ୟୁନିୟନ ଆରସେଟି ପକ୍ଷରୁ ଛତୁ ଚାଷ ନିମନ୍ତେ ତାଲିମ ଶିବିର ଅନୁଷ୍ଠିତ

15

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ ) : -ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକ ଅନ୍ତର୍ଗତ ବି. ଅନ୍ତରଡା ଗ୍ରାମ ପଞ୍ଚାୟତର ମାଣିକ ପୁର ଗ୍ରାମ ଠାରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ 10 ଦିନିଆ ଛତୁ ଚାଷ ତାଲିମ ଦିଆଯାଉଛି। ତାରିଖ 11.8 2022 ଠାରୁ 20.8. 2022 ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ଉଦଘାଟନୀ ଉତ୍ସବରେ ପାରଳାଖେମୁଣ୍ଡି ଏଲ. ଡ. ଏମ୍ ଶ୍ରୀ ମହେଶ୍ବର ମଣ୍ଡଳ,ବି. ପି.ଏମ୍ ଶ୍ରୀ ସତ୍ୟବାଦୀ ପାଇକ,ଆର. ସେ.ଟି ଅଧ୍ୟାପକ ଶ୍ରୀ ଦିଲୀପ କୁମାର ତନ୍ତି ଓ ଲଳିତ ମାଝୀ ଯୋଗ ଦେଇଥିଲେ।ମୋଟରେ 35 ଜଣ ତାଲିମପାର୍ଥି ଉପସ୍ଥିତ ଥିଲେ। ଆଇ.ସେ. ଟି ର ଡୋମିନ ସ୍କିଲ ଟ୍ରେନର (ଡି ଏସ ଟି) ଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀ ତାଲିମପାର୍ଥି ମାନଙ୍କୁ ବିଭିନ୍ନ ପ୍ରକାର ଛତୁ ଚାଷ ଓ ଏହା କିପରି ମହିଳା ମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣି ପାରିବ।ମୁଖ୍ୟତଃ ଆମ ଅଞ୍ଚଳରେ ଖରା ଦିନିଆ ପାଳ ଛତୁ ଓ ଶୀତ ଦିନିଆ ଧିଙ୍ଗିରି ଛତୁକୁ ଗୁରୁତ୍ୱ ଦିଆ ଯାଇ ଏକ ଛତୁ ୟୁନିଟ କରିବାକୁ ହେଲେ ଆମକୁ ମୁଖ୍ୟତଃ ଛତୁ ବାଉଁଶ ତିଆରି ଘର, ନଡ଼ାର ସାଇଜ ଦେଢ଼ ଫୁଟ, ବିହନ, ବେସନ ଖାଦ୍ୟ, ପଲିଥିନ, ବିଶୋଧନ କୁଣ୍ଡ, ନଡା କଟର,ତାପମାତ୍ରା ଓ ଆଦ୍ରତା ମାପକ ଯନ୍ତ୍ର ନିହାତି ଆବଶ୍ୟକ ନଡ଼ାକୁ କିପରି ବିଶୋଧନ କରିବା ବେଡ଼ ପ୍ରସ୍ତୁତି ସଠିକ ଯତ୍ନ ଓ ସଠିକ ଅମଳ ତଥା ଗୋଟିଏ ବେଡ଼ ତିଆରି ପାଇଁ କେତେ ବିଡା ନଡ଼ା,କେତେ ମଞ୍ଜି,କେତେ ଖାଦ୍ୟ ସହ ତାପମାତ୍ରା ଆଦ୍ରତା,ପାଣି ଓ ପବନ ପରିଚାଳନା ସହ ଆଲୋକ ଉପରେ ଗୁରୁତ୍ୱ ଦିଆଯାଇଛି।ଶେଷରେ ଉଦ୍ୟୋଗୀକା ବିକାଶ ପାଇଁ ମହିଳା ମାନେ ସ୍ୱାବଲମ୍ବୀ କିପରି ହୋଇ ପାରିବେ ତାଲିମ ଦିଆଯାଇଥିଲା। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More