ୟୁଥ ସ୍ପୋର୍ଟ୍ସ ଆଥଲେଟିକ ଖୋକ ଏକାଡେମୀ ପକ୍ଷରୁ ନବମ ଦିନର ଗ୍ରୀଷ୍ମ କାଳୀନ ଉଦଯାପନୀ ଦିବସ ଅନୁଷ୍ଠିତ

26

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : : କେନ୍ଦ୍ରାପଡ଼ା ସହର ଉପକଣ୍ଠ ହାଇସ୍କୁଲ ଗ୍ରାଉଣ୍ଡରେ ଥିବା ୟୁଥ ସ୍ପୋର୍ଟ ଆଥଲେଟିକ ଖୋକ ଏକାଡେମୀ ପକ୍ଷରୁ ନବମ ଦିନର ଗ୍ରୀଷ୍ମ କାଳୀନ ଶିବିରର ଉଦଯାପନୀ ଦିବସ ଅନୁଷ୍ଠିତ ହୋଇଯାଇଛି I ଏହି ଦିବସରେ ମୁଖ୍ୟ ଅତିଥି (SDPO କେନ୍ଦ୍ରାପଡ଼ା) ରାଜୀବ ଲୋଚନ ପଣ୍ଡା କୌଣସି କାର୍ଯ୍ୟ ବ୍ୟସ୍ତତା କାରଣରୁ ଆସିପାରିନଥିବା ବେଳେ କେନ୍ଦ୍ରାପଡ଼ା ପୌରସଂସ୍ଥା ଅଧକ୍ଷା ଶ୍ରୀମତୀ ସରିତା ସାହୁ ଙ୍କୁ ପୌରହିତ୍ୟରେ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିବା ବେଳେ 13ନମ୍ବର ୱାର୍ଡ କାଉନ୍ସିଲର ସେକ ଅଶଲମ, କ୍ରୀଡା ଶିକ୍ଷୟତ୍ରୀ କେନ୍ଦ୍ରାପଡ଼ା ବାଳିକା ବିଦ୍ୟାଳୟ ସସ୍ମିତା ପଣ୍ଡା ,କ୍ରୀଡା ଶିକ୍ଷକ ଇନ୍ଦୁପୁର ବିରୂପା କଲେଜ ଜ୍ୟୋତିର୍ମୟୀ ଦାସ, ବିଜୁ ଯୁବ ସଂଖ୍ୟା ଲଘୁ ସଭାପତି ମିର ଅମୀର ପ୍ରମୁଖ ସଭାରେ ଅତିଥି ଭାବେ ମୁଖ୍ୟ ଆସନ ଗ୍ରହଣ କରିଥିଲେ I ଚଳିତ ମାସ 7 ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଗ୍ରୀଷ୍ମ କାଳୀନ ଶିବିରରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ କ୍ରୀଡ଼ାରେ ରୁଚି ରଖୁଥିବା ପିଲାମାନେ ଅଂଶଗ୍ରହଣ କରିଥିଲେ I ଏହି ନବମ ଦିନିଆ ଶିବିରରେ ଅନୁଷ୍ଠାନର ସ୍ରଷ୍ଟା ମାଷ୍ଟର ଶୌକତ ଅଲି ଙ୍କୁ ତତ୍ୱାବଧାନରେ ଦୌଡ଼ କୁଦ, ହାଇଜମ୍ପ, ଲଙ୍ଗ ଜମ୍ପ, ଜାଵଲିଙ୍ଗ, ଡିସ୍କକଶ ଥ୍ରୋ, ଖୋକ, କବାଡି, ଫୁଟବଲ, ଭଲିବଲ ଆଦି ଯେତେବି ଶାରୀରିକ କ୍ରୀଡା ଅଛି ସବୁ କ୍ରୀଡ଼ାରେ ପିଲାମାନେ ଭାଗ ନେଇଥିଲେ I ଜିଲ୍ଲାରେ କ୍ରୀଡା ପାଇଁ ସୁବିଧା ସୁଯୋଗ ନଥିବା ବେଳେ ଖେଳ ପ୍ରତି ପିଲା ମାନଙ୍କ ଇଚ୍ଛା ମଧ୍ୟ ଦିନକୁ ଦିନ ଲୋପ ପାଇଯାଉଛି I କିନ୍ତୁ ମାଷ୍ଟ୍ରର ଶୌକତ ଙ୍କ ଅଦାମ୍ୟା ଇଚ୍ଛାଶକ୍ତି ଓ ଶିଖାଇବାର ମନୋବଳ ଆଜି ସହ ସହ ପିଲା ଏହି ଅନୁଷ୍ଠାନରୁ ବାହାରି ଜାତିୟ ଠାରୁ ଅନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ ଜିଲ୍ଲାର ପାଇଁ ଗୌରବ ଆଣିଛନ୍ତି I ଏହା କେବଳ ମାଷ୍ଟର ଶୌକତ ଙ୍କ ପାଇଁ ସମ୍ଭବ ଯାହାର ଜଳନ୍ତ ଉଧାରଣ ଏହି ପିଲାମାନେ I ମାଷ୍ଟର ଶୌକତ କେନ୍ଦ୍ରାପଡ଼ା ଟାଉନ ଥାନାରେ ଜଣେ ଗୃହରକ୍ଷୀ ଭାବେ କାର୍ଯ୍ୟ କରନ୍ତି I ମାସକ ସ୍ୱଳ୍ପ ଆୟରେ ନିଜର ଘର ସଂସାର ଚଳାଇବା ସହ ଶହେରୁ ଉର୍ଦ୍ଧ ପିଲା ମାନଙ୍କୁ ପ୍ରତ୍ୟକ ଦିନ ବିନା ମୂଲ୍ୟରେ ପ୍ରଶିକ୍ଷଣ ଦେଇଥାନ୍ତି I ଏଭଳି ବ୍ୟକ୍ତିତ୍ୱ ଯିଏ ପିଲାମାନଙ୍କ ଭବିଷ୍ୟତ ପାଇଁ ନିଜକୁ ଉଚ୍ଚରଂଗ କରିବା ପାଇଁ ପଛାଉ ନାହାନ୍ତି ତାହା ବର୍ତ୍ତମାନ ସମୟରେ ବିରଳ I କେନ୍ଦ୍ରାପଡ଼ା ଜିଲ୍ଲାରେ କ୍ରୀଡା ପାଇଁ କୌଣସି ସୁବିଧା ସୁଯୋଗ ନଥିଲାବେଳେ ମାଷ୍ଟର ଶୌକତ ନିଜର ଉଦ୍ୟମରେ ପିଲାମାନଙ୍କୁ ଖେଳରେ ପ୍ରଶିକ୍ଷଣ ଦେଉଛନ୍ତି I ବର୍ତ୍ତମାନ ପର୍ଯ୍ୟନ୍ତ ଅନୁଷ୍ଠାନ ପକ୍ଷରୁ ଜାତିୟ ଓ ଅନ୍ତର୍ଜାତୀୟ ସ୍ତରରେ ପିଲାମାନେ ଅଂଶଗ୍ରହଣ କରି ଜିଲ୍ଲାର ନାମକୁ ଗୌରଵାନ୍ଵିତ କରାଇଛନ୍ତି I ଏହାର ଶ୍ରେୟ କେବଳ ମାଷ୍ଟର ଶୌକତ ଙ୍କୁ ହିଁ ଯିବ I ଯଦି ଆଗାମୀ ଦିନରେ ସରକାର ୟୁଥ ସ୍ପୋର୍ଟ ଆଥଲେଟିକ ଖୋକ ଏକାଡେମୀ କୁ ଆର୍ଥିକ ପ୍ରୋତ୍ସାହନ ହାତ ବଢ଼ାନ୍ତେ ତେବେ ନିଶ୍ଚିନ୍ତ ଏହି ଅନୁଷ୍ଠାନ ଆଗକୁ ଯାଇପାରନ୍ତା I ଓ ଗାଁ ଗହଳିରେ ଲୁକାୟିତ ଅବସ୍ଥାରେ ରହିଥିବା ପ୍ରତିଭାର ବନମଲ୍ଲୀ ବଣରେ ନମଉଳି ନିଜର ପ୍ରତିଭା ପ୍ରତିପାଦନ କରିପାରନ୍ତା I

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More