ୟୁକେ ବ୍ୟାଙ୍କର କର୍ମଚାରୀ ହିତାଧିକାରୀଙ୍କୁ ଭୁଆଁ ବୁଲାଉଥିବା ଅଭିଯୋଗ

19

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) :- ସାଧାରଣ ଲୋକମାନେ ନିଜ ନିଜର ଟଙ୍କା ସୁରକ୍ଷିତରେ ରଖିବା ପାଇଁ ବ୍ୟାଙ୍କ ଉପରେ ନିର୍ଭର କରିଥାନ୍ତି। କିନ୍ତୁ ବ୍ୟାଙ୍କର କର୍ମଚାରୀ ମାନଙ୍କ ମନମୁଖୀ କାର୍ଯ୍ୟ ପାଇଁ ହିତାଧିକାରୀ ମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ବ୍ୟାଙ୍କରେ ହିତାଧିକାରୀ ମାନେ ନିଜ ନିଜ ନାମରେ ନିଜର ପାରିଶ୍ରମିକ ଟଙ୍କା ଜମା କରିବା ସହିତ ଫିକ୍ସି ଡିପୋଜିଟ କରିଥାନ୍ତି। କିନ୍ତୁ ଗ୍ରାହକମାନଙ୍କ ଅସୁବିଧାରେ ବ୍ୟାଙ୍କର କର୍ମଚାରୀ ମାନେ ହିତାଧିକାରୀଙ୍କୁ ସାହାଯ୍ୟ ନକରି ଭୁଆଁ ବୁଲାଉଥିବା ଦେଖିବାକୁ ମିଳୁଛି। ଏମିତି ଏକ ଘଟଣା ଘଟିଛି ପଟ୍ଟାମୁଣ୍ଡାଇ ବ୍ଲକ ମୁଳୁବସନ୍ତ ସ୍ଥାନୀୟ ୟୁକୋ ବ୍ୟାଙ୍କ ଶାଖାରେ। ସୁଚନା ଅନୁଯାୟୀ ପଟ୍ଟାମୁଣ୍ଡାଇ ଅରଡପଲ୍ଲୀ ଗାଁର ସୁଜାତା ଜେନା ନାମକ ମହିଳା ପଚାଶ ପଚାଶ ହଜାର ଟଙ୍କାର ଦୁଇଟି ଫିକ୍ସ ଡିପୋଜିଟ କରିଥିଲେ। କିନ୍ତୁ ହିତାଧିକାରୀଙ୍କ ଅସୁବିଧା ସମୟରେ ଫିକ୍ସ ଡିପୋଜିଟ ଧାରୀ ଫିକ୍ସି କରିଥିବା ଟଙ୍କା ଉଠାଇବା ପାଇଁ ବ୍ୟାଙ୍କକୁ ଆସିଥାନ୍ତି ସେମାନଙ୍କୁ ବିଭିନ୍ନ କଥା କହି ଭୁଆଁ ବୁଲାଉଛନ୍ତି ବ୍ୟାଙ୍କ ଶାଖା ପରିଚାଳକ ଓ କର୍ମଚାରୀ। ଏବେ ସୁଜାତା ପଟ୍ଟାମୁଣ୍ଡାଇ ଥାନାରେ ଲିଖିତ ଅଭିଯୋଗ କରିବା ସହିତ ଫିକ୍ସ କରିଥିବା ଟଙ୍କା ଫେରି ପାଇବାକୁ ଆଶା ରଖିଛନ୍ତି। ସବୁ ଜାଣିବାପରେ ବ୍ୟାଙ୍କ କତୃପକ୍ଷ କହିଛନ୍ତି ସମସ୍ତ ପ୍ରମାଣ ଦେଖିଲା ପରେ ବି ବ୍ୟାଙ୍କ ସୁଜାତାଙ୍କ ଅର୍ଥ ଫେରସ୍ତ ପାଇଁ ପ୍ରଥମେ ୭ ଦିନ ଓ ପରେ ୯ ଦିନ ସମୟ ନେଇଥିଲେ। ବ୍ୟାଙ୍କ କର୍ତ୍ୟୁପକ୍ଷ ସୁଜାତାଙ୍କ ଅର୍ଥ ଫେରସ୍ତ ନ କରି ଆହୁରି ୭ ଦିନ ସମୟ ମାଗୁଛନ୍ତି l ଅନ୍ୟପଟେ ବ୍ୟାଙ୍କ ମ୍ୟାନେଜର କହିଛନ୍ତି ମୋ ସମୟର ଏ ଘଟଣା ନୁହେଁ, ଆଞ୍ଚଳିକ ମ୍ୟାନେଜରଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯାଇଛି, ସେ ଯାହା ନିଷ୍ପତ୍ତି ନେବେ ଏଭଳି କଥା କହି ଖସିବାକୁ ଚେଷ୍ଟା କରୁଛନ୍ତି ଶାଖା ପରିଚାଳକ। ଏଠି ପ୍ରଶ୍ନ ଉଠୁଛି ସାଧାରଣ ଲୋକଟିଏ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଉପରେ ଆସ୍ଥା ରଖି ନିଜର ଟଙ୍କାକୁ ରଖୁଥିବା ବେଳେ ଦରକାର ସମୟରେ ଯଦି ଏପରି ସମସ୍ୟାର ସମ୍ମୁଖୀନ ହୁଏ l ନିହାତି ଭାବରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଏହାକୁ ନଜର ଅନ୍ଦାଜ ନ କରି ଦୋଷୀ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସ୍ଥାନୀୟ ଲୋକ ମତ ରଖିଛନ୍ତି। ପଟ୍ଟାମୁଣ୍ଡାଇରୁ ଶକ୍ତି ଦାଶଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More