ହ୍ୟୁମାନ ରାଇଟସ ଫ୍ରଣ୍ଟ ଇଣ୍ଡିଆ ପକ୍ଷରୁ ପରିବର୍ଦ୍ଧିତ ବୈଠକ ଅନୁଷ୍ଠିତ

26

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ ) : କଟକ ଜିଲ୍ଲା କୁରାଙ୍ଗଶାସନ ଠାରେ ଥିବା ଅମରାପଲ୍ଲୀ ରସର୍ଟସ ରେ ହ୍ୟୁମାନ ରାଇଟସ ଫ୍ରଣ୍ଟଇଣ୍ଡିଆ ପକ୍ଷରୁ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ହ୍ୟୁମାନ ରାଇଟସ ଫ୍ରଣ୍ଟ ଇଣ୍ଡିଆର ଅଗଧାଡ଼ିର କାର୍ଯ୍ୟକର୍ତା ଯୋଗଦେଇଥିଲେ।ନିକଟରେ ଭାରତର ପ୍ରଧାନ ବିଚାରପତି କହିଥିଲେ କି ଥାନାମାନଙ୍କରେ ବେଶି ମାନବାଧିକାର ଉଲଂଘନ ହେଉଛି।ସାଧାରଣ ଲୋକଟିଏ କିଭଳି ନ୍ୟାୟ ପାଇବାରୁ ବଞ୍ଚିତ ହେଉଛି ସେଥିପ୍ରତି ଦୃଷ୍ଟି ଦେଇ HRFI ର କର୍ମୀମାନେ ନ୍ୟାୟ ଦେବାର ବ୍ୟବସ୍ଥା କରିବେ।ପ୍ରତି ତିନି ମାସରେ HRFI ର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବବୋଲି HRFI ର ଚେୟାର ପରସନ ମନୋଜ ଦାସ କହିଥିଲେ।ଡିସେମ୍ବର ମାସ 10 ତାରିଖରେ ହ୍ୟୁମାନ ରାଇଟସ ଦିବସ କିଭଳି ରାଜ୍ୟସ୍ତରରେ ଓ ଜିଲ୍ଲା ସ୍ତରରେ ପାଳନ କରାଯାଇପାରିବ ବୈଠକରେ ନିଷ୍ପତ୍ତି ନିଆଗଲା।ଜିଲ୍ଲା ସ୍ତରରେ ପଂଚାୟତ ସ୍ତରରେ କିଭଳି HRFI ସଂଗଠନ କୁ ମଜବୁତ କରାଯାଇପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା।ସାରା ରାଜ୍ୟରେ ଶାନ୍ତିପୂର୍ଣ୍ଣ ଭାଇଚାର ସୃଷ୍ଟି କରାଯାଇପାରିବ ଆଲୋଚନା କରାଯାଇଥିଲା।ଅନ୍ୟମାନଙ୍କ ମଧ୍ୟରେ ହ୍ୟୁମାନ ରାଇଟସ ଫ୍ରଣ୍ଟ ଇଣ୍ଡିଆର ରାଜ୍ୟ ସଂଯୋଜକ କଳ୍ପତରୁ ଖୁଣ୍ଟିଆ,କଟକ ଜିଲ୍ଲା ସଂଯୋଜକ ବିପିନ ବେହେରା,ମନିଶା ଦାସ ପଟନାୟକ ଟ୍ରେନିଂ କୋ ଅଡ଼ିନେଟର ଯୋଗଦେଇଥିଲେ।କଟକ ଜିଲ୍ଲା କଣ୍ଟାପଡା ରୁ ସଂନ୍ତୋଷ ପ୍ରଧାନ ଓ କ୍ୟାମେରାମାନ ରାଜକିଶୋର ଦାସଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More