ହୋମ ଗାର୍ଡଙ୍କୁ ଉପରିସ୍ଥ କର୍ମଚାରୀଙ୍କ ଦୁର୍ବ୍ୟବହାର ନେଇ ଏସପିଙ୍କୁ ଅଭିଯୋଗ

15

Get real time updates directly on you device, subscribe now.

କନ୍ଧମାଳ(ସଂଘର୍ଷ ମିଡିଆ ) : :-କନ୍ଧମାଳ ଜିଲ୍ଲାରେ ବର୍ତମାନ ସରକାରୀ ଅଧିକାରୀ ତଥା ଥାନା ଅଧିକାରୀ ମାନଙ୍କର ତଳିଆ କର୍ମଚାରୀ ମାନଙ୍କ ପ୍ରତି ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି | ନିକଟରେ ଘୁ.ଉଦୟଗିରି ଥାନାର ଭାରପ୍ରାପ୍ତ ଅଧିକାରୀଙ୍କ ଶାରୀରିକ, ମାନସିକ ଅତ୍ୟାଚାର ସହି ନ ପାରି ଜଣେ କାର୍ଯ୍ୟରତ ମହିଳା ଏସ ଆଇ ଙ୍କ ଆତ୍ମହତ୍ୟା ଘଟଣାର ଏକ ମାସ ନ ପୂରୁଣୁ ଉପାନ୍ତ ଅଞ୍ଚଳର କୋଟଗଡ ଥାନା ଅଧିକାରୀଙ୍କ ଜଣେ ତଳିଆ କର୍ମଚାରୀ ଭାବେ ଜଣେ ହୋମଗାର୍ଡ କବି ଚନ୍ଦ୍ର ନାୟକ ଙ୍କ ପ୍ରତି ଅପମାନ ଜନକ ଭାଷାରେ ଗାଳି କରିବା ସହିତ ମାଡ଼ ମାରିବା, ଶାରୀରିକ, ମାନସିକ ନିର୍ଯ୍ୟାତନା ଦେବା ଭଳି ଏକ ନିନ୍ଦନୀୟ ଘଟଣା ନେଇ ଏସପି ଙ୍କୁ ଅଭିଯୋଗ ହୋଇଛି। ଏହି ଅଂଚଳ କୁ ଯଦି କୌଣସି ସରକାରୀ କର୍ମଚାରୀ ଙ୍କୁ ବଦଳି ହୁଏ ତାହେଲେ ତାକୁ କହନ୍ତି ପନିଷମେଣ୍ଟ ଟ୍ରାନ୍ସଫର ବୋଲି | ଏଭଳି ଇଲାକାରେ କାର୍ଯ୍ୟକରୁଥିବା ସରକାରୀ କର୍ମଚାରୀ ମାନଙ୍କୁ ଧନ୍ୟବାଦ ଦେବାକୁ ପଡିଥାଏ | ହେଲେ କୋଟଗଡ ଥାନାରେ କାର୍ଯ୍ୟରତ ଭାରପ୍ରାପ୍ତ ଅଧିକାରୀଙ୍କ ତଳିଆ କର୍ମଚାରୀ ଙ୍କ ପ୍ରତି ଦୁର୍ବ୍ୟବହାର ଦିନକୁ ଦିନ ବଢିଚାଲିଛ |କୋଟଗୋଡ଼ ଥାନା ର କାର୍ଯ୍ୟରତ ହୋମଗାର୍ଡ କବି ଚନ୍ଦ୍ର ନାୟକଙ୍କ ଅଭିଯୋଗ ଅନୁସାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀକ ଅଧିକାରୀ ଙ୍କ ଅଧୀନରେ ଥିବା କୋଟଗଡ଼ ଥାନା ଆଇଆଇସି,ହୋମଗାର୍ଡ କର୍ମଚାରୀ ମାନଙ୍କୁ କୁକୁର ବୁଲେଇବା ପାଇଁ କହି ସାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହେଇଛି । କୋଟଗଡ଼ ଥାନାରେ ବର୍ତ୍ତମାନ ଦାୟିତ୍ୱରେ ଥିବା ଥାନା ଅଧିକାରୀ କୋଟଗଡ଼ ଥାନାରେ କାର୍ଯ୍ୟରତ ହୋମଗାର୍ଡ କର୍ମଚାରୀ କବିଚନ୍ଦ୍ର ନାୟକ ଙ୍କୁ ତାଙ୍କର ଦୁଇଟି କୁକୁର ଜଗାରଖା କରିବା ଏବଂ କୁକୁର ମାନଙ୍କର ମଳମୂତ୍ର ସଫାକରିବା ପାଇଁ ବାଧ୍ୟ କରୁଥିଲେ । କିନ୍ତୁ ହୋମଗାର୍ଡ ଜଣକ କୁକୁର ବୁଲେଇବା ପାଇଁ ବାରଣ କରିବାରୁ ତାଙ୍କୁ ଥାନା କୁ ଡାକି ଆଇ,ଆଇ,ସି,ନିଶାଶକ୍ତ ଅବସ୍ଥାରେ ତା , 08,09,2022, ରିଖଦିନ କାର୍ଯ୍ୟରତ ହୋମଗାର୍ଡ କର୍ମଚାରୀ କବିଚନ୍ଦ୍ର ନାୟକ ଙ୍କୁ ପ୍ଲାଷ୍ଟିକ୍ ଲାଠି ସାହାଯ୍ୟରେ ମାଡ଼ ମାରିବା ସହ ଜାତିଆଣ ଆକ୍ଷେପ କରି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ତାଙ୍କୁ ମିଥ୍ୟା ମକଦ୍ଦମା ଲଗାଇ ଜେଲରେ ପୁରେଇ ଦେବାର ଧମକ୍ ଦେଇଥିବା ଅଭିଯୋଗ ହେଇଛି । ଥାନା ଅଧିକାରୀ ଗୁଣ୍ଡା ରାଜ୍ ସାଜି କୋଟଗଡ଼ ଥାନାର ନିରିହ ହରିଜନ ଶ୍ରେଣୀର ହୋମଗାର୍ଡ କବିଚନ୍ଦ୍ର ନାୟକ ଙ୍କୁ ଏଭଳି ନିର୍ଯାତନା ଦେବାସହିତ ମାଡ଼ ମାରି ତଣ୍ଟି ଚିପି ହତ୍ୟା ଉଦ୍ୟମ କରୁଥିବା ଓ ମିଥ୍ୟା ମକଦ୍ଦମା ରେ ଫସେଇ ଜେଲ ଦେବା ଭୟରେ ଶ୍ରୀ ନାୟକ ଫୁଲବାଣୀ ମୂଖ୍ୟ ଚିକିତ୍ସାଳୟ ରେ ଡାକ୍ତରୀ ମଇନା କରି କନ୍ଧମାଳ ଜିଲ୍ଲା ମୂଖ୍ୟ ପୋଲିସ୍ ପ୍ରସାସନିକ ଅଧିକାରୀ ଙ୍କୁ ଲିଖିତ ଓ ମୌଖିକ କନ୍ଧମାଳ ଜିଲ୍ଲା ହୋମଗାର୍ଡ ମହାସଂଘ ର ପରାମର୍ଶ ଦାତା, ଆଇନ ପରାମର୍ଶ ଦାତା ଏବଂ କନ୍ଧମାଳ ଜିଲ୍ଲା ଫୁଲବାଣୀ ପ୍ରେସ୍ କ୍ଲବ ସଭାପତି ଓ କନ୍ଧମାଳ ଜିଲ୍ଲା ମିଳିତ ଗଣମାଧ୍ୟମ ପ୍ରତିନିଧି ଙ୍କ ଜରିଆରେ ନିଜର ଦୁଃଖ ଦାୟକ ଦାବିପତ୍ର ଦେବାପାଇଁ ଫୁଲବାଣୀ ପୁଲିସ୍ ମୂଖ୍ୟ କାର୍ଯ୍ୟାଳୟକୁ ଆସି ନିଜେ ଗୃହରକ୍ଷୀ କୋମାଡେଣ୍ଟ୍ ତଥା ଏସ୍ପିଙ୍କୁ ଲିଖିତ ମାଧ୍ୟମରେ ଦେଇଛନ୍ତି । ଜଦି କନ୍ଧମାଳ ଜିଲ୍ଲାର ପୋଲିସ୍ ପ୍ରସାସନିକ ଅଧିକାରୀ ଉକ୍ତ ହୋମଗାର୍ଡ ଙ୍କୁ ଉଚିତ୍ ନ୍ୟାୟ ନ ଦିଅନ୍ତି ତାହେଲେ ହୋମଗାର୍ଡ କବିଚନ୍ଦ୍ର ଆଗାମୀ ଦିନରେ କୋଟଗୋଡ଼ ଥାନା ସାମ୍ନାରେ ଆତ୍ମ ହତ୍ୟା କରିବେ ବୋଲି ଅଭିଯୋଗ କରିଛନ୍ତି |ଏହି ସମ୍ପର୍କରେ ଆମ ପ୍ରତିନିଧି କୋଟଗୋଡ଼ ଥାନା ଅଧିକାରୀ ଧୀରାଜ ଲେଙ୍କା ଙ୍କ ସହ ଫୋନ ଯୋଗେ ଯୋଗା ହୋଇଥିଲା.. ବର୍ତ୍ତମାନ ଆସନ୍ତୁ ଶୁଣିବା (I.I.C) ଧୀରାଜ ଲେଙ୍କା କଣ କହୁଛନ୍ତି |ତେବେ ଦେଖିବାକୁ ବାକି ରହିଛି ଏହା ଉପରେ କେବେ ତଦନ୍ତ ଆରମ୍ବ ହେବ ଏବଂ ହୋମଗାର୍ଡ କବିଚନ୍ଦ୍ର ନାୟକ ଙ୍କୁ କେବେ ନ୍ୟାୟ ମିଳିବ |କନ୍ଧମାଳ ଜିଲ୍ଲା ବାଲିଗୁଡା ସବ ଡିଭିଜନ ରୁ ଉତ୍ତମ ନାଥ ଦିଗାଲ ଙ୍କ ରିପୋର୍ଟ.. ସଂଘର୍ଷ ନିୟୁଜ |

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More