ହେ ଦୀନବନ୍ଧୁ ତୁମକୁ ପ୍ରଣାମ

25

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଓଡ଼ିଶାର ଶିକ୍ଷକଙ୍କ ଜୀବନ -ଜୀବିକା ର ସୁରକ୍ଷା ଓ ବିକାଶ ସହ ଆଦର୍ଶ ଛାତ୍ର ଛାତ୍ରୀ ସୃଷ୍ଟି ରେ ବିଶିଷ୍ଟ ଶିକ୍ଷାବିତ ତଥା ବିଶିଷ୍ଟ ଶିକ୍ଷକ ନେତା ସ୍ବର୍ଗତ ଦୀନବନ୍ଧୁ ମିଶ୍ର ସ୍ମରଣ ରହିବେ ବୋଲି କହିଛନ୍ତି ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ତଥା ସ୍ବର୍ଗତ ଦୀନବନ୍ଧୁ ମିଶ୍ରଙ୍କ ପୂର୍ବତନ ଛାତ୍ର ବ୍ରଜକିଶୋର ତ୍ରିପାଠୀ। ପ୍ରାକ୍ତନ ଛାତ୍ର ତଥା ଗାଳ୍ପିକ ବଦ୍ରି ମିଶ୍ରଙ୍କ ଅଧ୍ୟକ୍ଷତାରେ,ପୁରୀ ସୁନ୍ଦରା ଜାଗା କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ସ୍ମୃତି ସମାରୋହ “ହେ ଦୀନବନ୍ଧୁ! ତୁମକୁ ପ୍ରଣାମ”ରେ ଯୋଗଦାନ କରି ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ କହିଥିଲେ ଯେ କଳାପଟାରେ ଅଙ୍କ କଷାଇ ଭାରତବର୍ଷ ରେ ବୈଜ୍ଞାନିକ,ଗଣିତଜ୍ଞ, ଶିକ୍ଷାବିତ୍, ଅଧିବକ୍ତା ଓ ଶହଶହ ଦକ୍ଷ ଅଧିକାରୀ ସୃଷ୍ଟି କରିଥିବା ଶିକ୍ଷକ ଦୀନବନ୍ଧୁ ମିଶ୍ର ସଦା ସ୍ମରଣ ରହିବେ। ବିଶିଷ୍ଟ ସାମ୍ବାଦିକ ମଧୁସୂଦନ ମିଶ୍ରଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି ସ୍ମୃତି ସମାରୋହ ରେ ଶିକ୍ଷାବିତ୍ ବିନାୟକ ରଥ, ଡକ୍ଟର ସିଦ୍ଧେଶ୍ଵର ମହାପାତ୍ର, ସୁରେଶ ଚନ୍ଦ୍ର ରଥ, ସନ୍ତୋଷ ମିଶ୍ର, ଡାକ୍ତର ସୁରେନ୍ଦ୍ରନାଥ ପତି, ଡାକ୍ତର କଳ୍ପଲତା ପତି , ସୁରେଶ ଚନ୍ଦ୍ର କର,ସୁବୋଧ ଷଡଙ୍ଗୀ,କଳ୍ପନା ମିଶ୍ର,ବିଶିଷ୍ଟ ବ୍ୟବସାୟୀ ନରେନ୍ଦ୍ର ପାତ୍ର, ପ୍ରାକ୍ତନ ପୌରପାଳ ଗୌରହରି ପ୍ରଧାନ,ପଙ୍କଜଲୋଚନ ଦାଶ,ଶାନ୍ତିଭୂଷଣ ମିଶ୍ର, ମନୋଜ ରଥ,ନିର୍ମଳା ଫତେସିଂହ, ଦେବୀପ୍ରସନ୍ନ ନନ୍ଦ,ସୁନିତା ମିଶ୍ର, ଶ୍ୟାମପ୍ରକାଶ ସେନାପତି ପ୍ରମୁଖଙ୍କ ସମେତ ଅନେକ ସାମ୍ବାଦିକ, ପ୍ରାକ୍ତନ ଛାତ୍ର, ଅଧିବକ୍ତା, ଶିକ୍ଷାବିତ୍ ସ୍ବର୍ଗତ ମିଶ୍ରଙ୍କ ଶିକ୍ଷାଦାନରେ ସଂସ୍କାର ଉପରେ ମତବ୍ୟକ୍ତ କରିଥିଲେ।ଏହି ଅବସରରେ ଧର୍ମପନ୍ତୀ ସ୍ବର୍ଣ୍ଣଲତା ମିଶ୍ର, ପୁତ୍ର ରଶ୍ମୀରଂଜନ ମିଶ୍ର ଓ ସୁଜାତା ମିଶ୍ର, ବୋହୂ ଲୀଳାବତୀ ମିଶ୍ର, ପୁତୁରା ମନୋଜ ମିଶ୍ର, ପୁତୁରା ରଶ୍ମିରଞ୍ଜନ ମିଶ୍ର, ସୁବାଷ କର, ନାତି କୀର୍ତ୍ତୀରଞ୍ଜନ ମିଶ୍ର, ଙ୍କ ନେତୃତ୍ବ ରେ ପୁତୁରା ମଧୁସୂଦନ ମିଶ୍ରଙ୍କ ସଂପାଦିତ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ପରିଶେଷରେ ଶିକ୍ଷାବିତ୍ ଦୀନବନ୍ଧୁଙ୍କ ସ୍ମୃତି ରେ ପ୍ରତିବର୍ଷ ମୁନସିପାଲ୍ ହାଇସ୍କୁଲ, ବିଶ୍ଵମ୍ଭର ବିଦ୍ୟାପୀଠ ଓ ବଳଗଣ୍ଡି ବିଦ୍ୟାପୀଠର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ର ଘୋଷଣା କରାଯାଇଥିଲା। ଏହି ଆବସରରେ ପୁରୀ ସହରର ଅନେକପ୍ରାକ୍ତନ ଶିକ୍ଷକ ଓ ଶିକ୍ଷୟିତ୍ରୀ ଓ ବୁଦ୍ଧିଜୀବୀ ଏବଂ ମାନ୍ୟଗନ୍ୟ ବ୍ୟକ୍ତି ବିଶେଷ ଯୋଗଦାନ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More