ହେଲଥ ସୁପର ଭାଇଜର ପୋଷ୍ଟକୁ ନେଇ ସଂଘବଦ୍ଧ ଆକ୍ରମଣ, ତଦନ୍ତ କରୁନି ପୁଲିସ

13

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) : – ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ବାରିକପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଯାଉଛି। ଅନେକ ଦିନ ଧରି ମେଡ଼ିକାଲରେ ହେଲଥ ସୁପର ଭାଇଜର ପୋଷ୍ଟଟି ଖାଲି ପଡ଼ି ଥିବାରୁ ମେଡ଼ିକାଲର ଜଣେ ହେଲଥ ୱାର୍କରଙ୍କୁ ଦାୟିତ୍ଵ ଦିଆ ଯାଇଥିଲା। ଯେତେବେଳେ ସୁପର ଭାଇଜର ପୋଷ୍ଟରେ ଜଣେ ନିଯୁକ୍ତି ହେଲେ ସେତେବେଳେ ହେଲଥ ୱାର୍କର ଜଣକ ନିଜ ପଦକୁ ଚାଲିଯାଇଥିଲେ। ଏହାରି ଭିତରେ ଅନେକ ଥର ସେହି ପୋଷ୍ଟକୁ ନେଇ ସୁପର ଭାଇଜର ଓ ହେଲଥ ୱାର୍କରଙ୍କ ମଧ୍ୟରେ ବିବାଦ ଦେଖା ଦେଇ ଥିଲା।ସୁପର ଭାଇଜର ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅବଗତ କରିଥିଲେ। ଗତ ଶନିବାର ଦିନ ସୁପର ଭାଇଜର ରାସ୍ତା କଡରେ ଜଳଖିଆ ଖାଇବା ସମୟରେ ହେଲଥ ୱାର୍କର ବାଦଲ ମହାପାତ୍ର ପୂର୍ବରୁ ଯୋଜନା ଅନୁସାରେ ନିଜ ଶଳା ବିପ୍ଳବ ପାତ୍ର ଏବଂ କିଛି ଭଡାଟିଆ ଗୁଣ୍ଡାଙ୍କୁ ଲଗାଇ ହେଲଥ ସୁପର ଭାଇଜର ସୁଶାନ୍ତ କୁମାର ରାଉତରାୟଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଆକ୍ରମଣ କାରୀ ମାନେ ଖୋଲା ଆକାଶ ତଳେ ବୁଲୁଥିବା ବେଳେ ହେଲଥ ସୁପର ଜଣକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ହେଲେ ଆକ୍ରମଣକୁ ତିନି ଚାରି ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ ତଦନ୍ତରେ ସିଥିଳତା ଅବଲମ୍ବନ କରୁଥିବା ଅଭିଯୋଗ କରିଛନ୍ତି ଚିକିତ୍ସିତ ହେଉଥିବା ପୀଡ଼ିତ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More