ମାହାଙ୍ଗା(ସଂଘର୍ଷ ମିଡିଆ ) : – ହେଟା ବାଘ ଆକ୍ରମଣରେ କଟକ ଜିଲ୍ଲା ମାହାଙ୍ଗା ଶିପୁରା ଅଞ୍ଚଳରେ ୩ ଜଣ ଶ୍ରମିକ ଆହତ ହୋଇଛନ୍ତି । ସେମାନେ ହେଲେ ଶିପୂରା ଠାରେ କଖାରୁ କ୍ଷେତରେ ଶ୍ରମିକ ଭାବେ କାମ କରୁଥିବା ସମୟରେ ଅଚିନ୍ତ ନାୟକ ଓ ବାପୁନ ପାଲି ଓ ଅଶୋକ ସେନାପତିଙ୍କୁ ଆକ୍ରମଣ କରିଥିଲା। ଗୁରୁତର ହୋଇ ଦୁଇଜଣ ମାହାଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେଉଥିବା ବେଳେ ଅଶୋକ ସେନାପତି କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।