ହିରୋ ମୋଟର କମ୍ପାନୀ ପକ୍ଷରୁ ପେଟ୍ରୋଲିଂ ପାଇଁ ବାଇକ ପ୍ରଦାନ

26

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ ) : ହିରୋ ମୋଟର କମ୍ପାନୀ ପକ୍ଷରୁ ଜଗତସିଂହପୁର ପୋଲିସକୁ ୫୦ଗୋଟି ବାଇକ ପ୍ରଦାନ କରାଯାଇଛି। ପୋଲିସ କାର୍ଯ୍ୟରେ ନିୟୋଜିତ ଅର୍ଥାତ ଲୋକଙ୍କୁ ତୁରନ୍ତ ସେବା ପ୍ରଦାନ, ଏପରିକି ପୋଲିସ ପେଟ୍ରୋଲିଂ ଉଦ୍ଦେଶ୍ୟରେ କମ୍ପାନୀ ଏହି ବାଇକ ଗୁଡ଼ିକୁ ପ୍ରଦାନ କରିଥିବା ଜଣାପଡିଛି। ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଏସପି ଅଖିଳେଶ୍ୱର ସିଂ କମ୍ପାନୀ କତ୍ତୃପକ୍ଷ ଙ୍କ ଠାରୁ ଏକ ସ୍ୱର୍ଣ୍ଣାଢ୍ୟ ପରିବେଶରେ ଗାଡ଼ି ଗୁଡିକୁ ଗ୍ରହଣ କରିଛନ୍ତି। ତେବେ ଏହି ଗାଡ଼ି ଗୁଡ଼ିକ ପୋଲିସ କାର୍ଯ୍ୟରେ ସହାୟକ ହେବ ବୋଲି ଜଣାପଡିଛି। ଏପରିକି ଏହି ପେଟ୍ରୋଲିଂ ବାଇକ ମାଧ୍ୟମରେ ଲୋକଙ୍କୁ ତତ୍ କ୍ଷଣାତ ସେବା ଯୋଗାଇ ଦେବା ସହ ବିଭିନ୍ନ ଅପରାଧ ତଥା ଚୋରା ନିଶା ବେପାର କୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ଆଶା ପୋଷଣ କରାଯାଉଛି। ତେବେ ଆଜିର ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଏସପି, ଏସଡ଼ିପିଓ, ଡ଼ିଏସପି, ରିଜର୍ଭ ଇନ୍ସପେକ୍ଟର ଙ୍କ ସମେତ ଜିଲ୍ଲା ପୋଲିସ ମୁଖ୍ୟାଳୟ ର ସମସ୍ତ ପୋଲିସ ଅଧିକାରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ। ପରେ ପୋଲିସ କର୍ମଚାରୀମାନେ ଏହି ପେଟ୍ରୋଲିଂ ବାଇକ ଗୁଡ଼ିକରେ ସହର ପରିକ୍ରମା କରିଥିଲେ।ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More