ହିରାମଣିର ପଢିବାକୁ ଇଚ୍ଛା, ହେଲେ ପ୍ରତିବନ୍ଧକ ସାଜିଛି ଅର୍ଥ, ମା ବାପା, ଭାଇ ରୋଗାକ୍ରାନ୍ତ

26

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଡଙ୍ଗରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡଙ୍ଗାପଖନା ଗ୍ରାମରେ ଦେଖିବାକୁ ମିଳିଛି ହୃଦୟ ବିଦାରକ ଦୃଶ୍ୟ । ଏହି ଗ୍ରାମରେ ରହନ୍ତି ପଦଲାମ ନାୟକ, ତାଙ୍କ ସ୍ତ୍ରୀ ଫୁଲ ନାୟକ । ତାଙ୍କର ଏକ ମାତ୍ର ପୁଅ ପ୍ରଭାକର ନାୟକ, ସେ ଅଜଣା ରୋଗରେ ପୀଡ଼ିତ।ଏକମାତ୍ର ଝିଅ ହୀରାମଣି ନାୟକ ଦଶମ ଶ୍ରେଣୀ ଶେଷ ପରେ ଉଚ୍ଚ ଶିକ୍ଷା ପଢିବାକୁ ଇଛା , ହେଲେ ପ୍ରତିବନ୍ଦକ ସାଜିଛି ଅର୍ଥ। ମା ପାରାଲିସରେ ପିଡିତ, ଘରୁ ବାହାରିବାକୁ ଝିଅ ସାହାରା ନ ନେଲେ ଘରୁ ଗୋଡ଼ କାଢି ପାରୁନାହାନ୍ତି। ବାପା ପଦଲାମ ଆଗରୁ ଗାଡ଼ି ଚାଳକ ଭାବେ କାର୍ଯ୍ୟ କରି ପରିବାର ପ୍ରତି ପୋଷଣ କରୁଥିଲେ। ହଠାତ ତାଙ୍କ ଦୁଇ ଆଖି ଆଉ ଆଗ ଭଳି ଦେଖା ଯାଉନଥିବାରୁ ସେ ବାଧ୍ୟ ହୋଇ ଘରେ ରହିଲେ। ଭାଇ ପ୍ରଭାକର ପୂର୍ବରୁ ଅଜଣା ରୋଗରେ ପୀଡିତ,ଏକଥା ଭାବି ଭାବି ପାଠ ପଢା ଝିଅ ଘର ପରିବାର ଚିନ୍ତା କରି କରି ମଧ୍ୟ ହାର୍ ମାନିନାହାନ୍ତି। ସେ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହେଲେ ସତ ହେଲେ ବର୍ତ୍ତମାନ ଉଚ୍ଚ ଶିକ୍ଷା ପଢି ଭବିଷ୍ୟତରେ ସେ ଡକ୍ଟର ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଡକ୍ଟର ହୋଇ ଲୋକଙ୍କ ସେବା କରିବି ବୋଲି କହିଛନ୍ତି । ଏଭଳି ପ୍ରଟିବନ୍ଧକ ଥିଲେ ବି ହାର ମାନୁନାହାନ୍ତି ହୀରା। ଏଭଳି ପରିବାର ପ୍ରତି ସରକାରଙ୍କ ତରଫରୁ ସାହାଯ୍ୟ ସହଯୋଗ ମିଳିବା ସହିତ ହୀରାର ଉଚ୍ଚ ଶିକ୍ଷା ପାଇଁ ସରକାରୀ ଏବଂ ବେସରକାରୀ ସଂସ୍ଥା ସାହାଯ୍ୟର ହାତ ବଢ଼ାଇଲେ ଝିଅର ଭବିଷ୍ୟତ ଉଜ୍ଜଳ ହୋଇପାରନ୍ତା ବୋଲି ଗ୍ରାମବାସୀ ନିବେଦନ କରିଛନ୍ତି। ଏ ନେଇ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତଙ୍କୁ ପଚାରିବାରୁ ସେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ରହୁଛି ନା ପ୍ରତିଶ୍ରୁତି କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ ବାକି ରହିଲା। ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More