ଢେଙ୍କାନାଳ (ସଂଘର୍ଷ ମିଡିଆ) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରଂଜାଗୋଳ ଧୂନିଘର ମନ୍ଦିର ପ୍ରାଙ୍ଗଣରେ ଆଜି ଡ୍ରାଇଭର ଦିବସ ମହାସମାରୋହରେ ପାଳିତ ହୋଇଜାଇଛି । ଏହି ଅବସରରେ ଧୂନୀଘର ମଠାଦୀଶ ମାଧବାନନ୍ଦ ଦାସ ମହାରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହ ଡ୍ରାଇଭର ସଂଘର ଏକତା ବଜାୟ ରହିବା ପାଇଂ ସମସ୍ତ ଡ୍ରାଇଭର ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଉପେନ୍ଦ୍ର ମାହୁନ୍ତ, ଢେଙ୍କାନାଳ ଜିଲ୍କା ଡ୍ରାଇଭର୍ ମହାସଂଘର ସଭାପତି ନରୋତ୍ତମ ବେହେରା,ସାମ୍ବାଦିକ ଶଶିକାନ୍ତ ଗଡନାୟକ,ନିମାଇଂ ସାମଲ,କିଶୋର ପାଳ,ଦୁଷ୍ମନ୍ତ ବେହେରା,ଧର୍ମରଂଜନ ମିଶ୍ର ଓ ପ୍ରଶାନ୍ତ ଜେନାମଣି ପ୍ରମୁଖ ଉପସ୍ଥିତ ରହି ସଡକ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିବା ସହ ଡ୍ରାଇଭର ମାନଙ୍କ ଏକତାକୁ ଭୂୟସୀ ପ୍ରଶଂସା କରିଥିଲେ । ଏକତା ହିଂ ବଳ ବୋଲି ଡ୍ରାଇଭର ସଂଘର ବରିଷ୍ଠ ସଦସ୍ୟ ବ୍ରହ୍ମାନନ୍ଦ ଜେନାମଣି ନିଜ ବକ୍ତବ୍ୟ ରେ କହିଥିଲେ । ଆଗାମୀ ଦିନରେ ଏହିଭଳି ଏକ ମନ ହୋଇ କାର୍ଯ୍ୟ କଲେ ସଂଘର ଉନ୍ନତି ହେବା ସହ ନିଜର ଉନ୍ନତି ହୋଇପାରିବ ବୋଲି କହିଥିଲେ । ହିନ୍ଦୋଳ ବ୍ଲକ ର ୩୫ ପଂଚାୟତ ସମେତ ହିନ୍ଦୋଳ ଏନ ଏ ସି ର ପ୍ରାୟ ୧୫୦୦ ଡ୍ରାଇଭର ମିଳିତ ହୋଇ ସେପ୍ଟେମ୍ବର ୧କୁ ଡ୍ରାଇଭର ଦିବସ ଭାବେ ପାଳନ କରିଥିଲେ । ସଂଘର ସମସ୍ତ ସଦସ୍ୟ ଗୋଟିଏ ଗୋଟିଏ ଚାରା ମନ୍ଦିର ପରିସର ରେ ଲଗାଇଥିଲେ । ଏଥି ମଧ୍ୟରେ ନିମ୍ବ,କରଞ୍ଜ,ଅଁଳା,ହରିଡା,ବାହାଡା,ଆମ୍ବ ,ପିଜୁଳି,ଜାମ୍ମୁକୋଳି ସମେତ ବହୁ ଫୁଲଗଛ ଲଗାଇଥିଲେ । ପରିଶେଷରେ ସାମ୍ବାଦିକ ପ୍ରଶାନ୍ତ ଜେନାମଣି ବୃକ୍ଷ ହିଂ ଜୀବନ ଉପରେ ସଂକ୍ଷେପରେ ବୁଝାଇବା ସହ ବର୍ତମାନ ତାପମାତ୍ର ବୃଦ୍ଧିରୁ ରକ୍ଷା ପାଇବାକୁ ହେଲେ ସମସ୍ତେ ବର୍ଷକୁ ଅନ୍ତତଃ ପକ୍ଷେ ୧୦ ଗୋଟି ଗଛ ଲଗାଇବାକୁ ପରାମର୍ଶ ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।