ହିନ୍ଦୁ ଜାଗରଣ ମଞ୍ଚ ବୈଠକରେ ହିନ୍ଦୁତ୍ବର ମନ୍ତ୍ର ଦେଲେ ତନ୍ମୟ

15

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) :-କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ନିକଟସ୍ଥ ଭେଙ୍କେଟଶ୍ୱର ଇଂରାଜୀ ବିଦ୍ୟାଳୟ ପରିସରରେ ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ଏକ କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକର ମୁଖ୍ୟତଃ ଲକ୍ଷ୍ୟ ହିନ୍ଦୁମାନଙ୍କୁ ଏକତ୍ରିତ କରିବା, ସେମାନଙ୍କ ମଧ୍ୟରେ ସନାତନ ଧର୍ମ ପ୍ରତି ଆହୁରି ଆନୁଗତ୍ୟ ବୃଦ୍ଧି କରାଇବା, ହିନ୍ଦୁ ଧର୍ମ ପ୍ରତି ଇଛାଶକ୍ତି ବଢାଇବା ପାଇଁ ଏହି କର୍ମକର୍ତ୍ତା ବୈଠକ ଆୟୋଜନ ହୋଇଯାଇଛି । ଆମର ଲକ୍ଷ୍ୟ ପ୍ରତେକ ହିନ୍ଦୁମାନଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିବା । ଆଗାମୀ ଦିନରେ ହିନ୍ଦୁ ଜାଗରଣ ମଞ୍ଚ ର ପ୍ରଥମ ଲକ୍ଷ୍ୟ ଜିଲ୍ଲାର ପ୍ରତିଟି ବ୍ଲକଠୁ ଆରମ୍ଭ କରି ପ୍ରତେକ ପଞ୍ଚାୟତ ବା ଗ୍ରାମରେ ବସବାସ କରୁଥିବା ଲୋକମାନଙ୍କ ନିକଟତର ହୋଇ ସନାତନ ଧର୍ମ ସମ୍ପର୍କରେ ବୁଝାଇବା ଓ ପ୍ରତେକ ଲୋକମାନଙ୍କ ପ୍ରତି ହିନ୍ଦୁତ୍ୱ ପ୍ରୀତି ସୃଷ୍ଟି କରିବା ଭଳି ଅନେକ ଗୁରୁତ୍ଵପୂର୍ଣ୍ଣ କଥା ଏହି ବୈଠକରେ ଆଲୋଚନା କରା ଯାଇଥିଲା। ଆୟୋଜିତ ଏହି ହିନ୍ଦୁ ଜାଗରଣ ମଞ୍ଚ କର୍ମକର୍ତ୍ତା ବୈଠକରେ ହିନ୍ଦୁ ଜାଗରଣ ମଞ୍ଚ ର ପ୍ରାନ୍ତ ସଂଗଠନ ମନ୍ତ୍ରୀ ତନ୍ମୟ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ମଞ୍ଚରେ ଉପସ୍ଥିତ ଥିବା ରାଜ୍ୟ ସହ ସଂଯୋଜକ ଆଶୁତୋଷ ଦାସ, କେନ୍ଦ୍ରାପଡ଼ା ଜିଲ୍ଲା ସଂଯୋଜକ ଆଶିଷ କୁମାର ମଲ୍ଲିକ ଓ ପଟ୍ଟାମୁଣ୍ଡାଇ ବ୍ଲକ ସଂଯୋଜକ ଜିତେନ୍ଦ୍ର କୁମାର ମହାନ୍ତି ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକରୁ ଆସିଥିବା କାର୍ଯ୍ୟକର୍ତ୍ତା ମାନଙ୍କୁ ସୁଚନା ଦେଇଥିଲେ। ଏହି ବୈଠକରେ ପଟ୍ଟାମୁଣ୍ଡାଇ ବ୍ଲକ ଓ ରାଜନଗର ବ୍ଲକର ବହୁ କାର୍ଯ୍ୟ କର୍ତ୍ତା ମାନେ ଯୋଗଦେଇଥିବା ଦେଖିବାକୁ ମିଳିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More