ହିନ୍ଦୀ ଦିବସ ପାଳିତ

14

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : -ବୌଦ୍ଧ ବ୍ଲକ ତାଳସରଡ଼ା ଗ୍ରାମ ପଂଚାୟତ ଅନ୍ତର୍ଗତ ସଂଗ୍ରାମପୁର ପଂଚାୟତ ଉଚ୍ଚ ବିଦ୍ୟାଳୟ ସଭାଗୃହଠାରେ ବୌଦ୍ଧ ଜିଲ୍ଲା ହିନ୍ଦୀ ଶିକ୍ଷକ ସଂଘ ତରଫରୁ ରାଷ୍ଟ୍ରଭାଷା ହିନ୍ଦୀ ଦିବସ ପାଳିତ ହୋଇଯାଇଅଛି l ଆଜିର ଦିବସରେ ମୁଖ୍ୟ ଅତିଥିଭାବେ ବିଦ୍ୟାଳୟର ପ୍ରତିଷ୍ଠାତା ଚେତାରାମ ପଟ୍ଟନାୟକ, ସମ୍ମାନିତ ଅତିଥିଭାବରେ ସତ୍ୟପାଲ ମିଶ୍ର ଓ ବସନ୍ତ କୁମାର ଦାସ ଯୋଗ ଦେଇହିନ୍ଦୀ ଭାଷାର ଗୌରବମୟ ଇତିହାସ ଓ ବର୍ତ୍ତମାନ ତାହାର ମହତ୍ୱ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଉକ୍ତ ଦିବସରେ ବୌଦ୍ଧ ଜିଲ୍ଲାର 35ରୁ ଉର୍ଦ୍ଧ୍ୱ ବିଦ୍ୟାଳୟରୁ ହିନ୍ଦୀ ଶିକ୍ଷକ ଉପସ୍ଥିତ ଥିଲେ l ଦେଶର ସାମଗ୍ରିକ ବିକାଶରେ ହିନ୍ଦୀ ଭାଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଉପସ୍ଥିତ ଶିକ୍ଷକମାନେ ମତପୋଷଣ କରିଥିଲେ l ବର୍ତ୍ତମାନ ହିନ୍ଦୀଭାଷା ପ୍ରତି ଛାତ୍ରଛାତ୍ରୀମାନେ କିପରି ଆକୃଷ୍ଟ ହେବେ ବିଶେଷ ଧ୍ୟାନ ଦେବାକୁ ଅତିଥି ବାସନ୍ତ କୁମାର ଦାସ ମତ ଦେଇଥିଲେ l ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ସଦାନନ୍ଦ ପ୍ରଧାନ ସଭା ପରିଚାଳନା କରିଥିବାବେଳେ ଶିକ୍ଷକ ମଞ୍ଜିତ ମୋହନ ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ l ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More