ହିତାଧିକାରୀଙ୍କ ତିନି ମାସର ଫ୍ରି ଚାଉଳ ବିକ୍ରୀ କରି ଚଳୁ , ୮୦୦ କୁଇଣ୍ଟାଲରୁ ଉର୍ଦ୍ଧ ଚାଉଳ ହଡପ ଅଭିଯୋଗ

13

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ପିଇଓ ଙ୍କ ଜାଲ ଦସ୍ତଖତରେ ଗରିବ ଆଦିବାସୀ ହିତାଧିକାରୀଙ୍କ ତିନି ମାସର ୮୦୦ କ୍ଵିଣ୍ଟାଲ ଫ୍ରି ଚାଉଳ ହଡପ ଅଭିଯୋଗ। ଯୋଗାଣ ସହାୟକଙ୍କ ବିରୋଧରେ ବିଡ଼ିଓ ଙ୍କ ନିକଟରେ ଅଭିଯୋଗ ଆଣିଲେ ପିଇଓ ଓ ସରପଞ୍ଚ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଅମଳାଭଟ୍ଟା ପଂଚାୟତ ରେ ହିତାଧିକାରୀଙ୍କ ପାଇଁ ଆସିଥୁବା ଚାଉଳ କେଳେଙ୍କାରୀ ହୋଇଥବା ଭଳି ଘଟଣା ସାମ୍ନାକୁ ଆସିଛି । ଅଭିଯୋଗ ପରେ ବିଡ଼ିଓ ଘଟଣାର ତଦନ୍ତ କରିଛନ୍ତି,ହିତାଧିକାରୀଙ୍କ ପାଇଁ ଆସିଥୁବା ତିନି ମାସର ୮ ଶହ କୁଇଣ୍ଟାଲରୁ ଉର୍ଦ୍ଧ ଫ୍ରି ଚାଉଳ ବିକ୍ରି କରି ହଡପ କରିଥୁବା ତଦନ୍ତ ବେଳେ ଜଣାପଡିଛି । ବିକ୍ରି କରି ହଡପ କରିଥୁବା ଚାଉଳର ମୂଲ୍ୟ ପ୍ରାୟ ୧୫ ଲକ୍ଷରୁ ଉର୍ଦ୍ଧ ଟଙ୍କା ହେବା ନେଇ ଆକଳନ କରାଯାଇଛି । ଅମଳାଭଟ୍ଟା ସରପଞ୍ଚ କାର୍ତିକ ମୁଦୁଲିଙ୍କ ଅଭିଯୋଗ କ୍ରମେ ବିଡ଼ିଓ ଶ୍ରୀ ଭୋଇ ଏବଂ ଯୋଗାଣ ଅଧିକାରୀ ରୋହିତ ମାଝୀଙ୍କ ତଦନ୍ତ ପରେ ଏଭଳି ଘଟଣା ପଦାକୁ ଆସିଛି । ଘଟଣା ଅନୁସାରେ ଅମଳାଭଟ୍ଟା ପଂଚାୟତ ରେ ୧୫୦୧ ଜଣ ଚାଉଳ କାର୍ଡ ଧାରୀ ଅଛନ୍ତି । ହେଲେ ଗତ ମେ, ଜୁନ, ଏବଂ ଜୁଲାଇ ମାସର ଫ୍ରି ଚାଉଳ ବାବଦକୁ ଆସିଥୁବା ପ୍ରାୟ ୮ ଶହ କୁଇଣ୍ଟାଲ ଚାଉଳ ବିକ୍ରି କରି ଟଙ୍କା ହଡପ କରିଥୁବା ତଦନ୍ତ ରୁ ଜଣାପଡିଛି । ଏନେଇଁ କିଛିଦିନ ପୂର୍ବରୁ ଅମଳାଭଟ୍ଟା ସରପଞ୍ଚ କାର୍ତିକ ମୁଦୁଲି ଲୋକଙ୍କୁ ତିନି ମାସର ଚାଉଳ ମିଳିନଥୁବା ସମ୍ପର୍କରେ ତେନ୍ତୁଳଖୁଣ୍ଟି ବିଡ଼ିଓ ଦୁର୍ଯ୍ୟୋଧନ ଭୋଇଙ୍କ ନିକଟରେ ଅଭିଯୋଗ କରିଥିଲେ । ସରପଞ୍ଚଙ୍କ ଅଭିଯୋଗ ପ୍ରକାରେ ବିଡ଼ିଓ ଶ୍ରୀ ଭୋଇ ପଂଚାୟତ କାର୍ଯ୍ୟାଳୟକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ । ସେହିପରି ଯୋଗାଣ ନିରୀକ୍ଷକ ରୋହିତ ମାଝୀ ଅମଳାଭଟ୍ଟା ପଂଚାୟତ ର କିଛି ଗ୍ରାମରେ ପହଂଚି ହିତାଧିକାରୀଙ୍କ ସହ ଆଲୋଚନା କରି ତଦନ୍ତ କରିଥିଲେ। ସରକାରୀ ଗୋଦାମରୁ ଉଠିଥୁବା ଚାଉଳ ର ପରିମାଣ ଏବଂ ଗୋଦାମ ରେ ଗଛିତ ଥୁବା ଚାଉଳର ପରିମାଣ ଉପରେ ତାଳ ମେଳ ରହିନ ଥିଲା। ତେବେ ପ୍ରାୟ ୮ ଶହ କୁଇଣ୍ଟାଲରୁ ଉର୍ଦ୍ଧ ଚାଉଳ କମ ଥିବା ଜଣାପଡିଥିଲା । କିନ୍ତୁ କୌଣସି ହିତାଧିକାରୀଙ୍କୁ ତିନି ମାସର ଚାଉଳ ପ୍ରଦାନ କରାଯାଇନଥିବା ତଦନ୍ତ ବେଳେ ଜଣାପଡିଛି । ଯୋଗାଣ ନିରୀକ୍ଷକ ଶ୍ରୀ ମାଝୀ ଅମଳାଭଟ୍ଟା ପଂଚାୟତ ଅନ୍ତର୍ଗତ ଡ଼େଙ୍ଗାଗୁଡ଼ା ଗ୍ରାମର ବିଭିନ୍ନ ହିତାଧିକାରୀଙ୍କ ସହ ତଦନ୍ତ କରିଥିଲେ। ତେବେ କୌଣସି ହିତାଧିକାରୀ ଙ୍କୁ ତିନି ମାସର ଫ୍ରି ଚାଉଳ ଦିଆଯାଇନଥୁବା ସମ୍ପୃକ୍ତ ହିତାଧିକାରୀ ମାନେ ପ୍ରକାଶ କରିଥିଲେ ।ସେହିପରି ଜୁଲାଇ ମାସର ଟଙ୍କିକିଆ ଚାଉଳ ମଧ୍ୟ ଅନେକ ହିତାଧିକାରୀଙ୍କୁ ପ୍ରଦାନ କରାଯାଇନଥୁବା ଜଣାପଡ଼ିଛି। ବର୍ତମାନ ତଦନ୍ତ ସମୟରେ ହିତାଧିକାରୀ ଙ୍କ ପ୍ରାୟ ୮ ଶହ କୁଇଣ୍ଟାଲରୁ ଉର୍ଦ୍ଧ ଚାଉଳ ହଡପ କରାଯାଇଥୁବା ଜଣାପଡିଛି । ଯାହାର ମୂଲ୍ୟ ୧୫ ଲକ୍ଷ ରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି । ତଦନ୍ତ ପ୍ରକ୍ରିୟା ସମ୍ପୂର୍ଣ ହେବା ପରେ ଏହାର ପରିମାଣ ଅଧୁକ ହୋଇପାରେ ବୋଲି ବିଡ଼ିଓ ସୂଚନା ଦେଇଛନ୍ତି । ଏଣୁ ଏହି ଚାଉଳ କେଳେଙ୍କାରୀରେ ଯେଉମାନେ ମଧ୍ୟ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କାରାଯିବ ବୋଲି ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ ପ୍ରକାଶ କରିଛନ୍ତି । ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More