ହାବିଲଦାର କନେଷ୍ଟବଲ ଶାଖା ସଂଘ, ପୁରୀ ପକ୍ଷରୁ ଟଙ୍କ ତୋରାଣି ବଣ୍ଟନ

12

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : -ଓଡିଶା ପୋଲିସ ହାବିଲଦାର କନେଷ୍ଟବଲ ଶାଖା ସଂଘ, ପୁରୀ ପକ୍ଷରୁ ଆଜିର ଟଙ୍କ ତୋରାଣି ବଣ୍ଟନ କାର୍ଯ୍ୟକ୍ରମକୁ ଓଡିଶା ସାମ୍ବାଦିକ ସଂଘ ପୁରୀ ଜିଲ୍ଲା ସଭାପତି ବିଜୟ କୁମାର ମିଶ୍ରଙ୍କ ଦ୍ୱାରା ଆରମ୍ଭ କରାଯାଇଛି |ଏହି କାର୍ଯ୍ୟକ୍ରମରେ ପ୍ରତିଦିନ ର ଜିଲ୍ଲା ସାମ୍ବାଦିକ ପ୍ରଦୀପ କୁମାର ନାୟକ, କନେଷ୍ଟେବଲ ସଂଘ ର ସଭାପତି ପ୍ରକାଶ କୁମାର ଆଚାର୍ଯ୍ୟ ଓ ସମ୍ପାଦକ ହିମାଂଶୁ ଦାଶ ଯୋଗ ଦେଇ ତୁଷାର୍ତ୍ତ ଜନତାଙ୍କୁ ଟଙ୍କ ତୋରାଣି ବଣ୍ଟନ କରିଥିଲେ | ଏସ.ପି. କେ. ବିଶାଲ ସିଂଙ୍କ ନିର୍ଦେଶ କ୍ରମେ ପଣା ସଂକ୍ରାନ୍ତି ଠାରୁ ଆସନ୍ତା ସଂକ୍ରାନ୍ତି ପର୍ଯ୍ୟନ୍ତ ଏହି ବଣ୍ଟନ କାର୍ଯ୍ୟକ୍ରମ ଚାଲୁ ରହିବ |ପ୍ରତିଦିନ ଦୁଇ ହଜାରରୁ ଉର୍ଦ୍ଧ ଜନତା, ପର୍ଯ୍ୟଟକ, ତୀର୍ଥଯାତ୍ରୀ ଓ ସହରବାସୀ ଏହି ଟଙ୍କତୋରାଣି ପିଉଥିବା ଜଣାପଡିଛି |ମିନେରାଲ ପାଣି, ଦହି, ଲେମ୍ବୁ, କମଳା, ଜିରାଫୁଟଣ, ଭୁରସୁଙ୍ଗା ପତ୍ର, ଅଭଡ଼ା ଓ ଆମ୍ବକସି ମିଶ୍ରିତ ଏହି ପଣା ପିଇ ଜନତା ଆତ୍ମ ସନ୍ତୋଷ ପାଉଥିବା କହିଛନ୍ତି |ପୋଲିସ ଓ ଜନତାଙ୍କ ମଧ୍ୟରେ ଏହା ଉତ୍ତମ ସଂପର୍କ ସୃଷ୍ଟି କରୁଛି |ସଂଘ ର ସମସ୍ତ ସଭ୍ୟମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରୁଛନ୍ତି |

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More