ହାପି ମୋମେନ୍ଟସ୍ ଇଣ୍ଡିଆର ନବମ ପ୍ରତିଷ୍ଠା ଦିବସ ପାଳିତ

34

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ) : ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ହାପି ମୋମେନ୍ଟସ୍ ଇଣ୍ଡିଆର ନବମ ପ୍ରତିଷ୍ଠା ଦିବସ ଓ ସମ୍ବର୍ଦ୍ଧନା ସଭା ବସ୍ତିଆ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଅଧ୍ୟକ୍ଷତା ଓ ମୋନାଲିସା ସାହୁ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସକାଳ ୯ ଟାରୁ ଆରମ୍ଭ ହୋଇ ରାତି ୯ଟା ପର୍ଯ୍ୟନ୍ତ ଚାଲିଥିଲା। ଏହି ଅବସରରେ ସବୁ ବର୍ଗର ପ୍ରତିଯୋଗୀଙ୍କ ପାଇଁ ଚିତ୍ରାଙ୍କନ, ନୃତ୍ୟ, ସଂଗୀତ, ମଡେଲିଂ, ଫେନସି ଡ୍ରେସ, ରାୟିମ୍ସ ଓ ଜୁନୁନ ଯୁଗଳବନ୍ଦୀ କାର୍ଯ୍ୟକ୍ରମ କରାଯାଇ କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହା ବ୍ୟତୀତ ସାମାଜିକ ପ୍ରତିବଦ୍ଧତା ନେଇ କାର୍ଯ୍ୟ କରୁଥିବା ଭଜକୃଷ୍ଣ ସାରସ୍ବତ ସ୍ମୃତି ସଂସଦ, ସିଟି ନିଉଜ,ଏକତା ଗୃପ, ଯାଜ୍ଞସେନୀ ଓ ଲେଡି ଲାୟନ ହେଲପିଂ ଅରଗାନାଇଜେସନ କୁ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର କିରଣ ମିଶ୍ର,ରଂଜିତା ରଥ,ଗୌତମ ମିଶ୍ର, ନରେଶ ଆର୍ୟ୍ୟ, ଆଶା ଆର୍ଯ୍ୟ, ଡାକ୍ତର ଆର ସି ମେହେର,ମଞ୍ଜୁ ମେହେର,କୁମାର ବେହେରା, ପ୍ରଦୀପ ବିଶୋଇ, ସୁସ୍ମିତା ମହାପାତ୍ର,ଆଶା ଅଗ୍ରୱାଲ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ମାନସୀ ଦେ,ମୀରା ମିଶ୍ର,ରବର୍ଟ ହାଇଫିଲ,ଜ୍ୟୋତିର୍ମୟ ଆଚାର୍ଯ୍ୟ,ସୋନୁ ତନ୍ତୀ,ସ୍ନେହଲତା ପାତ୍ର,
ରଶ୍ମିରେଖା ଧଳ ପ୍ରମୁଖ ବିଚାରକ ଦାୟିତ୍ୱ ତୁଲାଇ ଥିବା ବେଳେ ସର୍ବଶ୍ରୀ ମୁରଲୀ ପଟ୍ଟନାୟକ,ରଶ୍ମିତା ପଣ୍ଡା,ଲିତାଞ୍ଜଳୀ ପତି,ଜିତେନ୍ଦ୍ର ପଣ୍ଡା,ଦିବାକର ଦାସ, କଲ୍ୟାଣୀ ଦାସ, ସଲିତ ପତି,ତରୁଲତା ସାମଲ,ଅନ୍ବେଷା ପଣ୍ଡା,ଆଦ୍ୟାଶା ପଣ୍ଡା,ରାମଚନ୍ଦ୍ର ଜେନା,ଜନ୍ମଞ୍ଜୟ ଦାସ,ଶେସଲିନା ବିଶ୍ବାଳଙ୍କ ସମେତ ବହୁ ସଭ୍ୟ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଅନ୍ୟ ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ବସୁମତୀ ମହାନ୍ତି, ଗୌରୀ କୁମ୍ଭାର, ସସ୍ମିତା ପ୍ରଧାନ,ବିଶ୍ବଜିତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More