ହାତୀ ଦାନ୍ତ ଡିଲ ବେଳେ ମାଡିବସିଲା ବନବିଭାଗ: ଦୁଇଟି ହାତୀର ୪ଖଣ୍ଡ ଦାନ୍ତ ଜବତ, ୫ ଗିରଫ

12

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) :- ମୂଲ୍ୟବାନ ହାତୀ ଦାନ୍ତ ସହ ୫ ଜଣଙ୍କୁ ଗିରଫ କରିଛି ବନବିଭାଗ। ଦିନକୁ ଦିନ ଶିମିଳିପାଳ ଅଭୟାରଣ୍ୟରେ ଅବାଧରେ ପଶୁ ଶିକାର ବଢ଼ିବାରେ ଲାଗିଛି। ରାତାରାତି ଧନୀ ହେବ ସ୍ୱପ୍ନ ନେଇ ଶିମିଳିପାଳ ଅଭୟାରଣ୍ୟରୁ ବେଧଡକ ବନ୍ୟଜନ୍ତୁ ଶିକାର ଚାଲିଛି। ଦୁଇ ମାସ ମଧ୍ୟରେ ୨ ବନକର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ବେଳେ ସମୂହ ବନକର୍ମଚାରୀ ତାଙ୍କ ଜୀବନର ସୁରକ୍ଷା ସହ ଜୀବନ ବୀମା ପାଇଁ ଦାବି କରିଛନ୍ତି। ଏପରି ସ୍ଥଳେ ୫ ଜଣ ଦୁର୍ବୃତ୍ତ ହାତୀ ଦାନ୍ତ ବିକ୍ରି ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ଉପନିର୍ଦେଶକ(ଦକ୍ଷିଣ) ସମ୍ରାଟ ଗଉଡା ଙ୍କ ନେତୃତ୍ୱରେ ରେ ଉତ୍ତର ଶିମିଳିପାଳ ର ଉପନିର୍ଦେଶକ ସାଇ କିରଣ, ରାଇରଙ୍ଗପୁର ବନଖଣ୍ଡର କିଛି ବଛା ଅଫିସରଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଯଶିପୁର ଅଞ୍ଚଳରେ ଅତର୍କିତ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ୪ଖଣ୍ଡ ହାତୀଦାନ୍ତ ଜବତ କରିବା ସହିତ ୫ ଜଣଙ୍କୁ ଗିରଫ କରିଛି ବନବିଭାଗ। ତାଙ୍କ ଠାରୁ ୫ ଟି ମୋବାଇଲ, ଦୁଇଟି ବାଇକ ଓ ଚାରଟି ହାତୀ ଦାନ୍ତ ଜବତ ହୋଇଛି। ଗିରଫ ବ୍ୟକ୍ତି ମାନେ ହେଲେ ଜଶିପୁର ଥାନା ଅଂଚଳର ଦାଶାଇ ସିଂ, ମଣ୍ଡା ସିଂ, ମନମୋହନ ହେମ୍ବ୍ରମ, ମନ୍ତ୍ରୀ ସିଂ ଓ ନର୍ସିଂ ସିଂ। ଏମାନଙ୍କ ଘର ଶିମିଳିପାଳ ବଫର ଅଞ୍ଚଳ ର ଚାକିଡି ଗ୍ରାମରେ ବୋଲି ଜଣାପଡିଛି। ଜବର ହାତୀ ଦାନ୍ତ ଗୁଡିକ ୬ କେଜିରୁ ଉର୍ଦ୍ଧ୍ବ ହୋଇଥିବା ବେଳେ ଶିକାର ହୋଇଥିବା ହାତୀ ଗୁଡିକ ମଧ୍ୟମ ବୟସ୍କ ର ହୋଇଥିବା ଅନୁମାନ କରାଯାଉଛି। ହାତୀ ଗୁଡିକୁ ଗିରଫ ବ୍ୟକ୍ତି ମାନେ ଶିକାର କରିଛନ୍ତି ନା ଅନ୍ୟକେହି ଶିକାର କରିଛନ୍ତି ସେ ନେଇ ଶିମିଳିପାଳ ବିଭାଗ ପଚରାଉଚୁରା ଜାରି ରଖିଛି। ଚାରୋଟି ହାତୀ ଦାନ୍ତ ଜବତ ହେବା ପରେ ହାତୀ ଦୁଇଟିକୁ ଶିମିଳିପାଳର କୋର ଏରିଆରେ ଶିକାର କରାଯାଇଥିବା ପରିବେଶ ପ୍ରେମୀଙ୍କୁ ଆଘାତ ଦେଇଛି। ସୋମବାର ୫ ଜଣଙ୍କୁ କୋର୍ଟ ଫରୱାର୍ଡ କରାଯିବ ବୋଲି କହିଛନ୍ତି ସମ୍ରାଟ ଗଉଡା। ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More