ହାତୀ ଆକ୍ରମଣରେ ଯୁବକ ମୃତ

13

Get real time updates directly on you device, subscribe now.

ଭଞ୍ଜନଗର(ସଂଘର୍ଷ ମିଡିଆ) :- ପୁଣି ମାତିଲେ ଜଙ୍ଗଲି ହାତୀପଲ୍ଲ, ହାତୀ ଆକ୍ରମଣରେ ଯୁବ ଚାଷୀଙ୍କ ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧିନ ତାରାସିଙ୍ଗି ରେଞ୍ଜ ଖେତମୁଣ୍ଡାଳୀ ଗ୍ରାମରେ । ଉକ୍ତ ଗ୍ରାମର ପବିତ୍ର କୁମାର୍ ପାତ୍ର ନାମକ ଯୁବକଙ୍କ ଜଙ୍ଗଲି ହାତୀ ଆକ୍ରମଣରେ ମୃତ ଘଟିଛି । ସୂଚନା ପ୍ରକାରେ ଶନିବାର ବିଳମ୍ବିତ ରାତି ପ୍ରାୟ ୧୦ ଟା ସମୟରେ ଜଙ୍ଗଲି ଜନ୍ତୁଙ୍କ ଉପଦ୍ରବ ବଢୁଥିବାରୁ ଧାନ ଫସଲକୁ ରକ୍ଷା କରିବା ପାଇଁ ପବିତ୍ର ଓ ଅନ୍ୟ ଚାଷୀମାନେ ହାତୀ ଘଉଡାଇବାକୁ ଯାଇଥିଲେ । ହାତୀଟି ଓଲଟା ଆକ୍ରମଣ କରିଥିବାରୁ ପବିତ୍ର ହାତୀ ହାବୁଡରେ ପଡିଯିବାରୁ ହାତୀ ଦଳି ପାକାଇଥିଲା । ଘଟଣା ସ୍ଥଳରୁ ପାବିତ୍ରଙ୍କୁ ଉଦ୍ଧାର କରି ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ, ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଘଟଣାର ଖବର ପାଇ ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରାଙ୍କ ସହ ବନବିଭାଗ କର୍ମଚାରୀ ମାନେ ତଦନ୍ତ ଆରମ୍ଭ କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More