ହାତିବନ୍ଧା ପଞ୍ଚାୟତକୁ ୪୮ ଘଣ୍ଟା ସଟଡାଉନ ଘୋଷଣା

40

Get real time updates directly on you device, subscribe now.

ନୂଆପଡା( ସଂଘର୍ଷ ମିଡିଆ ) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ହାତୀବନ୍ଧା ପଞ୍ଚାୟତକୁ ୪୮ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିଛନ୍ତି ହାତିବନ୍ଧା ସରପଞ୍ଚ ଶ୍ରୀମତି ସନ୍ତୋଷୀନି ଅଗ୍ରଵାଲ । ଚଳନା ଉପ ସ୍ୱାସ୍ଥ୍ୟକେନ୍ଦ୍ରର କାର୍ଯ୍ୟରତ ଏ ଏନେମଙ୍କୁ କରୋନା ପାଜୀଟିଭି ଆସିଥିବାରୁ ହାତୀବନ୍ଧା ସରପଞ୍ଚ ହାତୀବନ୍ଧା ପଞ୍ଚାୟତ ଅନ୍ତର୍ଗତ ସମସ୍ତ ଗ୍ରାମକୁ ୪୮ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିଛନ୍ତି । ପଞ୍ଚାୟତ ଅଧୀନରେ ସମସ୍ତ ଦୋକାନ ବଜାର ଯାନ ବାହାନା ଚଳାଚଳ ଧାର୍ମିକ ଅନୁଷ୍ଠାନ ତଥା ସରକାରୀ ଓ ବେସରକାରୀ ଅନୁଷ୍ଠାନ ଶନିବାର ସନ୍ଦ୍ୟା ୬ ଟାରୁ ସୋମବାର ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି ।ସଟଡାଉନ ଘୋଷଣାକୁ ଅବମାନନା କଲେ ଆଇନ ଅନୁଯାଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରପଞ୍ଚ ସୂଚନା ଦେଇଛନ୍ତି । ନୂଆପଡା ଜିଲ୍ଲାରୁ ହେରାମ୍ବ ବାଗଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More