ହାଜିପୁର ପଞ୍ଚାୟତ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

27

Get real time updates directly on you device, subscribe now.

ବିରିଡି(ସଂଘର୍ଷ ମିଡିଆ ) : ବିରିଡି ବ୍ଲକ ହାଜିପୁର ପଞ୍ଚାୟତ ଓ ଭୂମିକା ଚକ୍ଷୁ ହସପିଟାଲ ବଡ଼ବାଗ ମିଳିତ ଆନୁକୂଲ୍ୟରେ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ମାଗଣା ଚକ୍ଷୁ ଚିକିତ୍ସାଶିବିର ଅନୁଷ୍ଠିତ ହୋଇଯାଇଛି ।ଏହାକୁ ବିରିଡି ବ୍ଲକ ଅଧ୍ୟକ୍ଷା ମମତା ପାତ୍ର ଉଦଘାଟନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ଆରତୀ ଭୂୟାଁ, ସମିତିସଭ୍ୟ ସନ୍ତୋଷ ନାୟକ, ପୂର୍ବତନ ସରପଞ୍ଚ ବିମଲ କୁମାର ସେଠୀ,ନାଏବେ ସରପଞ୍ଚ ବାବାଜୀ ଦାସଙ୍କ ସହ ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ।ଭୂମିକା ହସପିଟାଲର ଡାକ୍ତର ପ୍ରିୟଦର୍ଶନ,ସିଏଚସ ତପନ କୁମାର ସାହୁ,ସିଏଚଏମ ଅରୁଣ ରାଉତରାୟ ଉପସ୍ଥିତ ରହି ପଞ୍ଚାୟତର ମୋଟ ୫୨ ଜଣଙ୍କ ଚକ୍ଷୁ ପରୀକ୍ଷା କରିଥିଲେ।ସେଥିରୁ ୧୬ଜଣଙ୍କ ଚକ୍ଷୁରେ ଅସ୍ତ୍ରୋପଚାର କରାଯିବ ପାଇଁ ସ୍ଥିର ହୋଇଥିଲା,ସେମାନଙ୍କୁ ବଡବାଗ ହସପିଟାଲଙ୍କୁ ନିଆଯାଇଛି।ବିଶେଷକରି ଗ୍ରାମାଞ୍ଚଳରେ ଥିବା ଗରିବ ଲୋକମାନ ଅର୍ଥ ଅଭାବରୁ ସେମାନଙ୍କ ଚକ୍ଷୁର ଅସ୍ତ୍ରୋପଚାର କରିପାରୁ ନାହାଁନ୍ତି ଫଳରେ ଲୋକେ ଦୃଷ୍ଟି ଶକ୍ତି ହରାଉଛନ୍ତି। ସେମାନଙ୍କୁ ସେବା ଯୋଗାଇଦେବା ପାଇଁ ହାଜିପୁର ପଞ୍ଚାୟତ ପକ୍ଷରୁ ଏଭଳି ପ୍ରୟାସ କରାଯାଇଛି ବୋଲି ସରପଞ୍ଚ ଭୂୟାଁ ପ୍ରକାଶ କରିଛନ୍ତି।ବିରିଡିରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More