ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ରେଜିଷ୍ଟ୍ରେସନ୍‌ ଅବଧି ଆଉ ମାସେ ପାଇଁ ବୃଦ୍ଧି

14

Get real time updates directly on you device, subscribe now.

ଭୁବନେଶ୍ବର(ସଂଘର୍ଷ ମିଡିଆ) : – ରାଜ୍ୟ ସରକାରଙ୍କ ତରଫରୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ରେଜିଷ୍ଟ୍ରେସନ୍‌ ଅବଧିକୁ ଆଉ ମାସେ ପାଇଁ ବୃଦ୍ଧି କରାଯାଇଛି । ରାଜ୍ୟ ପରିବହନ ବିଭାଗ ଏହି ସମୟ ବୃଦ୍ଧି ନିଷ୍ପତ୍ତି ନେଇଛି । ଦ୍ବିତୀୟ ଥର ପାଇଁ ପରିବହନ ବିଭାଗ ଏହି ଅବଧି ବୃଦ୍ଧି କରିଛି । ଫଳରେ ୨୦୨୩ ଫେବୃଆରୀ ୨୮ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ୍‌ ଅବଧି ବୃଦ୍ଧି ପାଇଛି । ଗାଡି ନମ୍ବରର ଶେଷ ଅଙ୍କ ୧, ୨, ୩, ୪ ଥିଲେ ନଭେମ୍ବର ୩୦ତାରିଖକୁ ରେଜିଷ୍ଟ୍ରେସନର ଶେଷ ସମୟ ଧାର୍ଯ୍ୟ କରାଯାଇଛି । ସେହିପରି ୫, ୬ ଥିଲେ ଡିସେମ୍ବର ୩୧ ପର୍ଯ୍ୟନ୍ତ ପଞ୍ଜିକରଣ ସମୟ ରହିଛି । ଗାଡି ନମ୍ବରର ଶେଷ ଅଙ୍କ ୭, ୮ ଥିଲେ ଜାନୁଆରୀ ୩୧ ଶେଷ ତାରିଖ ଓ ଶେଷ ଅଙ୍କ ଶୂନ କିମ୍ବା ୯ ଥିଲେ, ଫେବୃଆରୀ ୨୮ ତାରିଖକୁ ଶେଷ ସମୟ ଭାବେ ଧାର୍ଯ୍ୟ କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More