କଟକ(ସଂଘର୍ଷ ମିଡିଆ ) :-କଟକ ଜିଲ୍ଲା କଟକସଦର ବ୍ଲକ ଅଧିନସ୍ତ କିଶନ ନଗର ତହସିଲି ଅଞ୍ଚଳରେ ଦିନ ରାତି ବାଲି ବୋଝେଇ ହାଇୱା ଦ୍ୱାରା ଦୁର୍ଘଟଣା ଘଟିବା ନୀତି ଦିନିଆ ଘଟଣା ପାଲଟି ଗଲାଣି।ଗ୍ରାମ ବାସୀ ଯେତେ ଅଭିଯୋଗ କଲେ ବି କିଶନ ନଗର ତହସିଲି ପ୍ରଶାସନ କୁମ୍ବକର୍ଣ ନିଦ ଭାଙ୍ଗେ ନାହିଁ ।ପ୍ରଶାସନ ବାଲି ମାଫିଆଙ୍କ ମଧୁଚନ୍ଦ୍ରିକା ହେତୁ ଗତ କାଲି ରାତିରେ ଏକ ବାଲି ବୋଝେଇ ହାଇୱା ଧକ୍କାରେଏକ ଇଲେକଟ୍ରି ପୋଲ କୁ ଧକା ଦେବା ଫଳରେ ସେ ପୋଲରୁ ତାର ଛିଣ୍ଡି ଯିବାରୁ ପୁରା କିଶନ ନଗର ଅଞ୍ଚଳ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ସରବରାହ ବନ୍ଦ ରହିଥିଲା।ଗ୍ରାମବାସୀ ୩ ରୁ ଉର୍ଦ୍ଧ ହାଇୱାରୁ ବାଲିକି ଖାଲି କରିଦେଇଥିଲେ । ହାଇୱାକୁଲୋକେ ଛାଡି ନ ଥିଲେ ।ଯାହା ଫଳରେ ଷୋମପୁରୁ କିଶନ ନଗର ରାସ୍ତା ବନ୍ଦ ରହିଥିଲା। ପାଖାପାଖି ୧୨ଘଣ୍ଟା ରୁ ଉର୍ଦ୍ଧ ସମୟ ପରେ ପୋଲିସ ସହାୟତାରେ ରାସ୍ତା ଅବରୋଧ କୁ ହଟାଯାଇଥିଲା।ଅନ୍ୟପଟେ ଗ୍ରାମ ବାସୀ ମାନେ ତହସିଲଦାରଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଯଦି ଗ୍ରାମ୍ଯ ରାସ୍ତାରେ ହାଇୱା ଚଳାଚଳ ବନ୍ଦ ନ କରାଯାଏ ଆଗାମୀ ଦିନରେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବ ।