ହାଇବା ଧକାରେ କଲେଜ ଛାତ୍ରୀ ଗୁରୁତ୍ତର

14

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – କଟକ ଜିଲ୍ଲା ବାରଙ୍ଗ ବ୍ଲକ ଖଲର୍ଦ୍ଧା ପଂଚାୟତ ଖଲର୍ଦ୍ଧା ବଜାର ଉପରେ ବାଲି ବୋଝେଇ ହାଇବା ଧକାରେ କଲେଜ ଛାତ୍ରୀ ଗୁରୁତର ହୋଇ ରାସ୍ତାରେ ପଡିରହିଥିଲେ। ଗ୍ରାମବାସୀ ସଂଗେ ସଂଗେ 108କୁ ଡାକି ବଡ଼ମେଡିକାଲ ପଠାଇଥିଲେ।ଝିଅଟି ସ୍କୁଟିରେ କଲେଜରୁ ଫେରୁଥିବାର ସ୍ଥାନୀୟ ଲୋକଙ୍କ କହିବା କଥା।ସ୍କୁଟି ସହିତ ଝିଅଟିକୁ ହାଇବା 50 ମିଟର ପର୍ଯ୍ୟନ୍ତ ରାସ୍ତାରେ ଘୋଷାଡି ନେଇଥିଲା।ଝିଅଟି ଗୋବିନ୍ଦପୁର କଲେଜର ପି.ଜି.ଛାତ୍ରୀ।ପ୍ରତାପ ନଗରୀ ଠାରୁ ଝାରପଡା ପର୍ଯ୍ୟନ୍ତ ରାସ୍ତା ବାଲି ଘାଟରୁ ବାଲି ବୋଝେଇ ହାଇବା ଯାଇ ରାସ୍ତାରେ ବଡ଼ ବଡ଼ ଖାଲ ପାଇଁ ରାସ୍ତାରେ ଦୁର୍ଘଟଣା ଘଟି ଅନେକ ଲୋକଙ୍କ ଜୀବନ ଯାଉଛି।ଗୋବିନ୍ଦପୁର କଲେଜ ଅଧ୍ୟକ୍ଷ ଗଗନ ବେଉରା ଘଟଣା ସ୍ଥଳ ରେ ପହଂଚି ରାସ୍ତାରେ ଧାରଣାରେ ବସିଛନ୍ତି ଯେପର୍ଯ୍ୟନ୍ତ ସ୍ଥାୟୀ ସମାଧାନ ନହୋଇଛି ସେ ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି କହିଛନ୍ତି।ଖବର ପାଇ କଟକ ସଦର ଥାନା ଅଧିକାରୀ ପହଞ୍ଚିଥିଲେ।କଟକ ଜିଲ୍ଲା ଗ୍ରାମାଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More