ହସ୍ତାନ୍ତର କେବେ ହେବ ଡାବୁଗାଁ ନୂତନ ସ୍ମାର୍ଟ ବସ୍ ଷ୍ଟାଣ୍ଡ ? ଜନସାଧାରଣ ଅପେକ୍ଷାରେ : ବୃଦ୍ଧି ହେଉଛି ଅସନ୍ତୋଷ

24

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ): – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ବାଉଣ୍ଡ୍ରୀ ସୀମା କୁ ଲାଗି ୧ କୋଟି  ୭୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଓଡିଶା ପୋଲିସ ହାଉସିଂ ବୋର୍ଡ ଦ୍ଵାରା ନୂତନ ସ୍ମାର୍ଟ ବସ୍ ଷ୍ଟାଣ୍ଡ ନୂତନ ଭାବେ ନିର୍ମାଣ ହୋଇଛି l ଦୀର୍ଘ ତିନି ମାସ ହେବ କାର୍ଯ୍ୟ ଶେଷ ହୋଇଥିଲେ ହେଁ ତାହା ଜନସାଧାରଣ ତଥା ଯାତ୍ରୀଙ୍କ ଉଦ୍ଦେଶ୍ୟରେ ଏ ଯାବତ୍ ହସ୍ତାନ୍ତର ହୋଇ ପାରୁ ନାହିଁ l ଡାବୁଗାଁ ବାସୀଙ୍କ ଦୀର୍ଘ ବର୍ଷର ଦାବୀକୁ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରି ଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀ ଡାବୁଗାଁ ବସ୍ ଷ୍ଟାଣ୍ଡକୁ ନୂତନ ସ୍ମାର୍ଟ ବସ୍ ଷ୍ଟାଣ୍ଡ ନିର୍ମାଣ କରିବାରେ ପ୍ରମୂଖ ଭୂମିକା ନିଭାଇଥିଲେ l ବସ୍ ଷ୍ଟାଣ୍ଡଟି କାର୍ଯ୍ୟକ୍ଷମ ନହୋଇ ଥିବାରୁ ଯାତ୍ରୀ ମାନେ ମୁଖ୍ୟ ରାସ୍ତାରେ ନାହିଁ ନଥିବା ହଇରାଣ ହରକତ ହେଉଥିବା ଦେଖିବାକୁ ମିଳୁଛି l ଡାବୁଗାଁ ବ୍ଳକର ବିଭିନ୍ନ ପଞ୍ଚାୟତରୁ ଆସୁଥିବା ଯାତ୍ରୀଙ୍କ ସୁବିଧା ପାଇଁ ଦୈନିକ ୫୦ରୁ ଉର୍ଦ୍ଧ ଯାତ୍ରୀବାହୀ ବସ ଡାବୁଗାଁ ଦେଇ ଯାତାୟତ କରୁଥିବା ଦୃଷ୍ଟିରୁ ସ୍ମାର୍ଟ ବସଷ୍ଟାଣ୍ଡର ଆବଶ୍ୟକତା ରହିଥିଲା l ଉକ୍ତ ସ୍ମାର୍ଟ ବସ୍ ଷ୍ଟାଣ୍ଡ ତିନି ମାସ ହେଲା ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ସୁଦ୍ଧା ଜନସାଧାରଣଙ୍କ ଉଦ୍ଦେଶ୍ୟରେ 
ହସ୍ତାନ୍ତର ନ ହୋଇ ପଡିରହିବା ଯୋଗୁଁ  ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି l ହସ୍ତାନ୍ତର ନହୋଇ ପଡ଼ି ରହିଥିବାରୁ ରାତିରେ ମଦୁଆଙ୍କ ପ୍ରାଦୁର୍ଭାବ ବଢି ଉକ୍ତ ସ୍ଥାନ ମଦୁଆଙ୍କ ଆଡ୍ଡା ସ୍ଥଳୀ ପଲଟିଛି l ଜିଲ୍ଲାର ମଧ୍ୟସ୍ଥଳ ହୋଇ ଥିବାରୁ ଡାବୁଗାଁ ମୁଖ୍ୟ ବାଣିଜ୍ୟ କେନ୍ଦ୍ର ଉପରେ ଶତାଧିକ ଲୋକେ ଏହି ବଜାର ଉପରେ ନିର୍ଭର କରି ଥାଆନ୍ତି l ଯାତ୍ରୀବାହୀ ବସ୍ ରାସ୍ତା ଉପରେ ରହଣି ହେଉଥିବା ଯୋଗୁଁ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଯାତାୟତ କରିବାରେ ଘୋର ଅସୁବିଧା ସୃଷ୍ଟି ହେଉଛି l ଛାତ୍ରଛାତ୍ରୀ ମାନେ ରାସ୍ତା ଉପରେ ଯାତାୟତ କରିବା ଦୁର୍ଘଟଣା ହେବାର ସମ୍ଭାବନା କୁ ଏଡ଼ାଇ ହେବନି l ଏଣୁ ଉକ୍ତ ନୂତନ ସ୍ମାର୍ଟ ବସ୍ ଷ୍ଟାଣ୍ଡକୁ ଶୀଘ୍ର ଜନସାଧାରଣଙ୍କ ଉଦ୍ଦେଷ୍ୟରେ ହସ୍ତାନ୍ତର କରାଯାଉ ବୋଲି ଡାବୁଗାଁ ଜନସାଧାରଣ, ବୁଦ୍ଧିଜୀବୀ, ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଦୃଢ଼ ଦାବୀ କରିଛନ୍ତି l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More