ହଳଦୀକୁଣ୍ଡ ଗ୍ରାମରେ ଅଜଣା ରୋଗରେ ଆଉ ଏକ ଯୁବକ ମୃତ

15

Get real time updates directly on you device, subscribe now.

ମାଲକାନଗିରି(ସଂଘର୍ଷ ମିଡିଆ) : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସାଲିମି ଗ୍ରାମପଞ୍ଚାୟତର ଆଜି ପୁଣି ହଳଦୀକୁଣ୍ଡ ଗ୍ରାମରେ ଅଜଣା ରୋଗରେ ଆଉ ଏକ ଯୁବକ ମୃତ୍ୟୁ ବରଣ କରିଛନ୍ତି l ଲକ୍ଷ୍ମା ମାଡକାମୀ, ବୟସ 22, ଗତ ତା -13.9.2022 ମାଲକାନଗିରି ସଦର ମହାକୁମାରେ ଗୁରୁତର ଅବସ୍ଥାରେ ଭର୍ତ୍ତୀ କରାଯାଇ ଥିଲା, 5 ଦିନ ଚିକିତ୍ସା ପରେ ସାମାନ୍ୟ ଭଲ ହେବ ପରେ ଡାକ୍ତର ମାନେ ତା -17.9.2022ରିଖ ଡିସ୍ଚାର୍ଜ କରିଦେଲେ l ଔଷଧ ଦେଇ ସମସ୍ତ 13 ଜଣ ରୋଗୀଙ୍କୁ ଗାଁକୁ ଆମ୍ବୁଲାନ୍ସ ଦେଇ ପଠେଇ ଦେଲେ l 5 ଦିନ ଔଷଧ ଖାଇ ଚଲା ବୁଲା କରୁଥିବା ଲକ୍ଷ୍ମା ମାଡକାମୀ ଗତ କାଲି ରାତିରେ ପୁଣି ପେଟ ବଥା ହେଲା ପରେ 12 ସମୟରେ ମୃତ୍ୟୁ ହୋଇଯାଇଥିଲା l ଆଜି ଯାଏଁ ଏହି ଗ୍ରାମକୁ ସାଂସଦ, ବିଧାୟକ, ଜିଲ୍ଲପାଳ, ସ୍ୱାସ୍ଥ୍ୟ ବିଭାଗର ପଦାଧିକାରୀ ଓ ଡାକ୍ତର ମାନେ ଯାଇ କୌଣସି ପ୍ରକାର ଉତ୍ତମ ବ୍ୟବସ୍ତା, ଚିକିତ୍ସା ଓ ରୋଗ ଚିହ୍ନଟ କରିପାରୁନାହାନ୍ତି l ଏହି ଘଟଣା ଜାଣିବା ମାତ୍ର ଆମ ଆଦମୀ ପାର୍ଟିର ସଭାପତି କେ. ଦେଶୀ ରାଜୁ ଅଚାରୀ ସ୍ଥାନୀୟ ସକ୍ରିୟା କର୍ମୀଙ୍କୁ ହଳଦୀକୁଣ୍ଡ ପଠେଇ ପୁରା ଘଟଣା ପଚାରି ବୁଝିଥିଲେ l ଏବଂ ଆଗାମୀ କାଲି ମାଥିଲି ବ୍ଲକ ଘେରାଉ କରି ଗୋଷ୍ଟୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓଡିଶାଙ୍କ ଉଦେଶ୍ୟ ରେ ଦାବୀପତ୍ର ସହ ଏକ ରାଲି ମଧ୍ୟ କରି ବିରୋଧ କରିବେ ବୋଲି କହିଛନ୍ତି l ଯଦି ସମ୍ପୂର୍ଣ ଭଲ ହେବl ଯାଏଁ ଡାକ୍ତର ଚିକିତ୍ସା କରିଥିଲେ ଆଜି ଲକ୍ଷ୍ମାଙ୍କ ମୃତ୍ୟୁ ହୋଇ ନଥାନ୍ତା l ଏହା ବଡ଼ ଦୁର୍ଭାଗ୍ୟ କଥା ମାଲକାନଗିରି ଜିଲ୍ଲାରେ 7 ମହଲା ଡାକ୍ତରଖାନା ଥାଇ ମଧ୍ୟ ବଡ଼ ବଡ଼ ସୁପର ସ୍ପେସିଆଲିଷ୍ଟ ଡାକ୍ତର ଥାଇ ମଧ୍ୟ ରୋଗ ଚିହ୍ନଟ କରି ନପରିବା ଓ ଉତ୍ତମ ସିକିତ୍ସା ଯୋଗେଇ ନଦେବ ଏକ ନିନ୍ଦନୀୟ ଘଟଣା ବୋଲି ଆପ ସଭାପତି କହିଛନ୍ତି l ମାଲକାନଗିରିରୁ ଅବଦୁଲ ଗାନିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More