ହର୍ ଘର୍ ତ୍ରିରଙ୍ଗା : ସରକାରୀ ପ୍ରାଥମିକ ବିଦ୍ୟାଳୟ ଝରିଗୁମ୍ମାର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ପ୍ରଭାତ ଫେରୀ କାର୍ଯ୍ୟକ୍ରମ ଅନୁଷ୍ଠିତ

27

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ) : ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦିକା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଉପଲକ୍ଷେ ନବରଙ୍ଗପୁର ଉପଖଣ୍ଡ ଟିଭିନର ଡାକ ବିଭାଗ ତରଫରୁ ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଝରିଗୁମ୍ମା ନୋଡାଲ ସରକାରୀ କାଶୀ ପ୍ରସାଦ ସାହୁ ବିଦ୍ୟାଳୟ ଏବଂ ସରକାରୀ ପ୍ରାଥମିକ ବିଦ୍ୟାଳୟ ଝରିଗୁମ୍ମାର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ପ୍ରଭାତ ଫେରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ନବରଙ୍ଗପୁର ସବ୍ ଡିଭିଜନର ଡାକ ନିରୀକ୍ଷକ ସଂଜିତ୍ କୁମାର ବେହେରାଙ୍କ ତଭ୍ୱାବଧାନରେ ଅଞ୍ଚଳ ଗୁମ୍ମା ସବ୍ ପୋଷ୍ଟ ଅଫିସର ପୋଷ୍ଟ ମାଷ୍ଟର ରମା କାନ୍ତ ଦାସ ଓ ତେନ୍ତୁଳିଖୁଣ୍ଟି ସବ୍ ପୋଷ୍ଟ ମାଷ୍ଟର ବସନ୍ତ କୁମାର ଦାସ ତଥା ଓଭରସିଅର ତ୍ରିପତି ମହାପାତ୍ର, ଶିବାନୀ ଶଙ୍କର ରଥ ଓ ଅନ୍ୟାନ୍ୟ ଡାକ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କ୍ରୀଷ୍ଣା ପଦ ମଣ୍ଡଳ , ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମକୃଷ୍ଣ ସାହୁ ଏବଂ ରବିନ୍ଦ୍ରନାଥ ପରିଡ଼ା ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ନବରଙ୍ଗପୁର ସାମ୍ବାଦିକ ଲକ୍ଷ୍ମୀ ଚନ୍ଦ୍ର ଟାକ୍ରୀ ଯୋଗଦେଇଥିଲେ ।ଉତ୍କଳ ଗୌରବ ମଧୁସୁଦନ ଦାସ,ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ,ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ଖଲି କୋଟ ରାଜା ବାହାଦୂର ରାମଚନ୍ଦ୍ର ମୋର୍ଦ୍ଧ ରାଜ ଦେଓ,ପଣ୍ଡିତ ଗୋଦାବରୀଶ ମିଶ୍ର,ଫକୀର ମୋହନ ସେନାପତି,ଗଙ୍ଗାଧର ମେହେରଙ୍କ ପରି ବରପୁତ୍ରମାନଙ୍କ ତ୍ୟାଗ ଓ ସଂଗ୍ରାମ ଯୋଗୁ ସତନ୍ତ୍ର ଓଡ଼ିଶାର ସପ୍ନ ସଫଳ ହୋଇପାରିଥିଲା । ଓଡ଼ିଶାକୁ ଗାନ୍ଧିଜୀ ପ୍ରଥମେ ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ଓ ୧୯୪୭ ମସିହା ମଧ୍ୟରେ ୮ ଥର ଓଡ଼ିଶା ଆସିଥିଲେ ।ଓଡ଼ିଶା ପ୍ରତି ତାଙ୍କର ଥିଲା ଗଭୀର ଶ୍ରଦ୍ଧା ,ସହାନୁଭୂତି ଏବଂ ଆନ୍ତରିକତା ।ଗାନ୍ଧିଜୀ ଓଡ଼ିଆମାନଙ୍କର ସ୍ୱାଭିମାନ ଓ ସ୍ୱାର୍ଥ ରକ୍ଷା ପାଇଁ ବ୍ରତୀ ଥିଲେ । ଓଡ଼ିଶା ଥିଲା ତାଙ୍କର ସ୍ଵାଧୀନ ଭାରତ ନିର୍ମାଣର ପ୍ରମୁଖ ପ୍ରୟୋଗ ଶାଳ। ପରିଶେଷରେ ଶ୍ରୀ ପରିଡ଼ା ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମକୁ ପରିସମାପ୍ତ କରିଥିଲେ । ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More