ରାଉରକେଲା (ସଂଘର୍ଷ ମିଡିଆ) : – ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ଏହି ହକି ବିଶ୍ୱକପ ହେବାକୁ ଥିବା ବେଳେ ରାଉରକେଲାରେ ନିର୍ମାଣଧୀନ ବିରସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିଅମରେ ମ୍ୟାଚ ହେବ । ଏଥି ଲାଗି ସହରର ସୌନ୍ଦର୍ଯ୍ୟକରଣ ସହ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛି । ହକି ବିଶ୍ୱକପ କୁ ହର୍ଷ ଉଲ୍ଲାସ ସହ ସ୍ୱାଗତ କରିବା ଲାଗି ରବିବାର ଦିନ ରାଉରକେଲା ରେ ଆୟୋଜନ କରାଯାଇଛି ପଥୋତ୍ସବ ରାହାଗିର ‘ପ୍ରେରଣା’ କାର୍ଯ୍ୟକ୍ରମ । ଏହି ଉପଲକ୍ଷେ ହନୁମାନ ବାଟିକା ଛକ ଠାରୁ ଟ୍ରାଫିକ ଗେଟ ଛକ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ମାନ କରାଯାଇଛି । ବିଭିନ୍ନ କ୍ରୀଡା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା । ଲୁଡୁ ଖେଳ ଠାରୁ ଆରମ୍ଭ କରି ପୁଚି ଖେଳ ପର୍ଯ୍ୟନ୍ତ ହୋଇଥିଲା । ବିଶେଷ କରି ହନୁମାନ ବାଟିକା ଛକ ଏବଂ ସରଣା ଛକ ଠାରେ ବିଭିନ୍ନ ପ୍ରକାର କ୍ରୀଡା ପ୍ରଦର୍ଶନ କରାଯାଇଥିଲା । ହକି ଠାରୁ ଆରମ୍ଭ କରି କ୍ୟାରମ ବୋର୍ଡ ପର୍ଯ୍ୟନ୍ତ ଖେଳ କରାଯାଇଥିଲା । ବରିଷ୍ଠ ନାଗରିକ ମାନଙ୍କ ଲାଗି ମଧ୍ୟ ହସିବା , ଚାଲିବା , ଡାକ୍ତରୀ ଯାଚଂ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୋଟ ଉପରେ ହକି ବିଶ୍ୱକପ କୁ ସ୍ୱାଗତ କରିବା ଲାଗି ଏବଂ ଏହି କାର୍ଯ୍ୟକ୍ରମରେ ଜଡିତ ରହିବାକୁ ସହରର ସବୁ ବର୍ଗର ଲୋକଙ୍କୁ ସାମିଲ କରାଯାଇଛି । ରାଉରକେଲା ମହାନଗର ନିଗମ କମିଶନର ଡକ୍ତର ଶୁଭଙ୍କର ମହାପାତ୍ର ନିଜେ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ସୁନ୍ଦରଗଡ ଜିଲ୍ଲା ପ୍ରତିନିଧି ରାନୁ ମହାପାତ୍ରଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।