ହରିଶ୍ଚନ୍ଦ୍ର ଯୋଜନା ଶୁଭାରମ୍ଭ କଲେ ସରପଞ୍ଚ

24

Get real time updates directly on you device, subscribe now.

ନବରଙ୍ଗପ୍ନର(ସଂଘର୍ଷ ମିଡିଆ ) : — ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କାମତା ଗ୍ରାମ ପଞ୍ଚାୟତ ରେ ନୂତନ ଭାବେ, ବତୀ ଜାନୀ ସରପଞ୍ଚ ଦାଇତ୍ୱ ନେବା ପରେ ସେ ପଞ୍ଚାୟତ ର ଉନ୍ନତି ମୂଳକ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି।ସେ ଦେଇଥିବା ପ୍ରତିଶ୍ରୁତି ଗୋଟିଏ ପରେ ଗୋଟିଏ ସଫଳତା କରିଚାଲିଛନ୍ତି। ପଞ୍ଚାୟତ ରେ କୌଣସି ବୃଦ୍ଧ, ବୃଦ୍ଧା ବିଧବା, ବିକଳାଙ୍ଗ ସରକାରଙ୍କ ଯୋଜନାରେ ମାସିକଭତ୍ତା ପାଇବାରେ ବଞ୍ଚିତ ନ ହେବେ।ପଞ୍ଚାୟତ ର ପ୍ରତ୍ୟେକ ଜନ ଗହଳି ସ୍ଥାନ ରେ ଆଲୋକ ବ୍ୟବସ୍ତା କରଛନ୍ତି। ସରକାର ଙ୍କ ହରିଶ୍ଚନ୍ଦ୍ର ଯୋଜନାର କାର୍ଯ୍ୟ କାରୀ କରିଥିବା ବେଳେ ଏହି ପଞ୍ଚାୟତ ରେ ହିତାଧିକାରୀ ବଞ୍ଚିତ ହେଉଥିଲେ।ଏହାକୁ ତୁରନ୍ତ କାର୍ଯ୍ୟ କାରୀ କରିବାକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କୁ କହିଥିଲେ। ଗତ କାଲି ପଞ୍ଚାୟତ କାର୍ଯ୍ୟଳୟରେ ସରପଞ୍ଚ ପଞ୍ଚାୟତ ନିର୍ବାହୀ ଅଧିକାରୀ ମୋହନ ଗୌଡ଼ ,ୱାର୍ଡ ମେମ୍ବର ଙ୍କ ଉପସ୍ଥିତ ରେ କାମତା ଗ୍ରାମପଞ୍ଚାୟତ ର କୁଶମା ଜାନୀ , ଦୟାଦାନ ବାଘ, ଲଚମନ ଜାନୀ କିଛିମାସ ପୁର୍ବେ ମୃତ୍ୟୁ ହୋଇଥିଲା।ଏମାନଙ୍କ ଉତ୍ତରାଧିକାରୀ ଙ୍କୁ ହରିଶ୍ଚନ୍ଦ୍ର ଯୋଜନା ୨ହଜାର ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦେଇ ସରକାରଙ୍କ ଯୋଜନା ରୁ ପଞ୍ଚାୟତ କୌଣସି ହିତାଧିକାରୀ ବଞ୍ଚିତ ନ ହେବେ ବୋଲି କହିଛନ୍ତି।ଅନ୍ୟ ମାନଙ୍କ ମଧ୍ୟରେ ମହେନ୍ଦ୍ର ବାଘ,ମିଶ୍ର ସୁନା,ଜୋନ୍ସେନ ହିଆଲ,ପୁରନ୍ଧର ଟାକ୍ରୀ, ଶେଖର କଚିମ, ଭୁବନ ବେପାରୀ ସମେତ ଅନ୍ୟାନ୍ୟ ଭଦ୍ର ବ୍ୟକ୍ତି ଉପସ୍ଥିତ ଥିଲେ।ସରପଞ୍ଚ ଙ୍କ ଉନ୍ନତି ମୂଳକ କାର୍ଯ୍ୟ ଦେଖି ପଞ୍ଚାୟତ ବାସୀ ଆଗକୁ ଆହୁରି ଅଧୁରା ରହିଥିବା ସରକାରଙ୍କ ଯୋଜନା ଗୁଡ଼ିକ ସଠିକ୍ ଭାବେ କାର୍ଯ୍ୟ କାରୀ କରିବା ସହିତ ପଞ୍ଚାୟତ କୁ ବ୍ଲକ ରେ ସର୍ବଶ୍ରେଷ୍ଟ ପଞ୍ଚାୟତ ନାମରେ ଦେଖିବାକୁ ଚାହୁଁ ବୋଲି କହିଛନ୍ତି। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More