ହରିଚନ୍ଦନପୁର ପ୍ରେସ କ୍ଳବର ପ୍ରଥମ ବାର୍ଷିକ ଉତ୍ସବ ପାଳିତ

7

Get real time updates directly on you device, subscribe now.

କେନ୍ଦୁଝର(ସଂଘର୍ଷ ମିଡିଆ ) : – କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକରେ ଆଜି ହରିଚନ୍ଦନପୁର ପ୍ରେସ କ୍ଳବର ବାର୍ଷିକ ଉତ୍ସବ ମହା ସମାରୋହରେ ବେଶ ଧୁମ ଧାମରେ ପାଳିତ ହୋଇଯାଇଛି । ଏହି ଅବସରରେ ସଭାପତି ଓ ଅତିଥି ମାନଙ୍କ ଆସନ ଗ୍ରହଣ ପରେ ପରେ ମାଆ ତାରିଣୀଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଯୁଳନ କରା ଯାଇଥିଲା । ତଦ ସହିତ ରାଜୀବ ଲୋଚନ ମହାନ୍ତଙ୍କ ଦ୍ୱାରା ମଞ୍ଚ ପରିଚାଳନା କରାଯାଇଥିଲା । ହରିଚନ୍ଦନପୁର ପ୍ରେସ୍ର କ୍ଳବ ର କୋଷାଧକ୍ଷ ପରେଶ କୁମାର ସେଠୀଙ୍କ ଦ୍ୱାରା ବାର୍ଷିକ ବିବରଣୀ ପାଠ କରାଯାଇଥିଲା ମୁଖ୍ୟ ଅତିଥି ଭାବେ , ଜିଲ୍ଲା ବରିଷ୍ଠ ସାମ୍ବାଦିକ,କ୍ଷେତ୍ରବାସୀ ମହାକୁଡ଼, ମୁଖ୍ୟ ବକ୍ତା ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ନୃସିଂହ ନାଥ ସିଂହ, ସତନ୍ତ୍ର ଅତିଥି ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଧନୁର୍ଯୟ ସିଧୁ , ହରିଚନ୍ଦନପୁର ପ୍ରେସ କ୍ଳବ ର ସଭାପତି ପ୍ରଶାନ୍ତ ନାଏକ, ସମ୍ପାଦକ ଶ୍ରୀନିବାସ ପାଇକରାୟ,ଙ୍କ ସମେତ ବରିଷ୍ଠ ସମାଜ ସମାଜ ସେବୀ ଜ୍ଞାନୀ ଗୁଣୀ ମଣ୍ଡଳୀ ଉପସ୍ଥିତ ଥିଲେ ହରିଚନ୍ଦନପୁର ବ୍ଲକ ରେ ଆଲୋଡନ ସୃଷ୍ଟି କରୁଥିବା ସି. ଆର.ଇମୋସନ ଡାନ୍ସ ଏକାଡେମୀ ନୃତ୍ୟ ଗୁରୁ ରାଜା ଭାଇଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ ହରିଚନ୍ଦନପୁର ବ୍ଲକରୁ କୋଣ ଅନୁକୋଣରୁ ବିଭିନ୍ନ ଲୋକାୟିତ ଥିବା ପ୍ରତିଭା ମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧନା ମଧ୍ୟ କରାଯାଇଥିଲା । ସାମ୍ୱାଦିକଙ୍କ ସୁରକ୍ଷାରେ ହିଁ ସମାଜର ନୈତିକତା ବଜାୟ ରହିବ ବୋଲି ବରିଷ୍ଠ ଅତିଥି ମାନଙ୍କ ଦ୍ୱାରା ଅଭିଭାଷଣ ପ୍ରଦାନ କରିଥିଲେ । ଶେଷରେ ସଭାପତିଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରାଯାଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More