ହରିଚନ୍ଦନପୁରରେ ‘ଚକା ଜାମ୍’, ମଧ୍ୟାହ୍ନ ୧୨ଟାରୁ ୩ଟା ଯାଏ ଗମନା ଗମନ ଠପ୍

40

Get real time updates directly on you device, subscribe now.

ହରିଚନ୍ଦନପୁର ( ସଂଘର୍ଷ ମିଡିଆ ) : – କୃଷି ଆଇନକୁ ବିରୋଧ କରି ଆଜି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ରେଲୁୱେ ଉଭର ବ୍ରିଜ ବାଇପାସ୍ ରାସ୍ତାରେ   ଦିନ ୧୨ ଟାରୁ ୩ଟା ଯାଏଁ ଚକା ଜାମ ହୋଇଥିଲା  । ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ଵାନରେ ନବ ନିର୍ମାଣ କୃଷକ ସଂଗଠନ ଓ ଆମ ଓଡ଼ିଶା କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ରାଜପଥରେ ଚକା ଜାମ କରି ଆନ୍ଦୋଳନ କରିଥିଲେ । ଚାଷ ବଞ୍ଚାଅ, ଚାଷୀ ବଞ୍ଚାଅ ଓ ଦେଶ ବଞ୍ଚାଅ ନାରା ଦେଇ କଳା କାନୁନ ପ୍ରତ୍ୟାହାର ଓ ଏମ. ଏସ. ପି. କୁ ଆଇନ ପରିସର ଭୁକ୍ତ କରିବା ଦାବିରେ ଦିନ ୧୨ଟାରୁ ୩ଟା ଯାଏଁ ଚକା ଜାମ ଆନ୍ଦୋଳନ କରିଥିଲେ । କୃଷକ ନେତା ଶ୍ୟାମ ସୁନ୍ଦର ମହାନ୍ତ, କଂଗ୍ରେସର ବରିଷ୍ଠ ଯୁବ ନେତା ପ୍ରଶାନ୍ତ କୁମାର ଦଳେଇ,ସୁରଥ ସାହୁ , କୃଷ୍ଣ ଚନ୍ଦ୍ର ମହାନ୍ତି ,ବିଦ୍ୟାଧର ସାହୁ ,ଧ୍ରୁବ ଚରଣ ଜେନା , କୈଳାସ ଚନ୍ଦ୍ର ମହାନ୍ତ ,ସୁଦର୍ଶନ ପାଇକରାୟ ,ରମେଶ ଚନ୍ଦ୍ର ସାହୁଙ୍କ ସମେତ ଅଞ୍ଚଳର ବହୁ ସଂଖ୍ୟକ ଚାଷୀ ଓ ଯୁବ ନେତା ଉପସ୍ଥିତ ରହିଥିଲେ । ହରିଚନ୍ଦନପୁର ମନୋଜ କୁମାର ମହାନ୍ତଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More