ହରିଅନ୍ତା ମହାବୀରଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ

31

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – କଟକ ଜିଲ୍ଲା ବାରଙ୍ଗ ବ୍ଲକ ହରିଅନ୍ତା ଗ୍ରାମପଞ୍ଚାୟତ ରେ ବାଇଁଲୋ ବଜାରରେ ଜୟ ମହାବୀରଙ୍କ ପୀଠରେ ବାର୍ଷିକ 14ତମ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି।ଚାରିଦିନ ଧରି ମହାବୀରଙ୍କ ପୀଠରେ ଭଜନ କୀର୍ତ୍ତନ ହରିବୋଲ ହୁଳହୁଳି ରେ ପ୍ରକମ୍ପିତ ହେଉଥିଲା।ଶତାଧିକ ମହିଳା ଓ ପୁରୁଷ ଭକ୍ତମାନେ କଳସ ଯାତ୍ରାରେ ଭାଗ ନେଇଥିଲେ।ପୀଠରେ ଅଙ୍କୁରାରୋପଣ, ସୂର୍ଯ୍ୟପୂଜା,ଗୋପୂଜା ,କରାଯାଇଥିଲା।ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଭଜନ ପରିବେଷଣ କରାଯାଇଥିଲା।ମହାବୀରଙ୍କ ବହୁତ ମହିମା ।ଯିଏ ଯାହା ମାନସିକ କରିଥାନ୍ତି ତାହା ନିଶ୍ଚୟ ପୂରଣ ହୋଇଥାଏ ବୋଲି ଭକ୍ତମାନଙ୍କର ବିଶ୍ୱାସ ରହିଛି।ପୂର୍ଣ୍ଣାହୁତି ରେ ଆଖପାଖ ଅଞ୍ଚଳର ପାଞ୍ଚ ହଜାର ରୁ ଉର୍ଦ୍ଧ୍ବ ଭକ୍ତଂକ ସମାଗମ ହୋଇଥିଲା।ପୀଠରେ ବ୍ୟବସାୟୀ ମାନେ ବିଭିନ୍ନ ପ୍ରକାର ର ଦୋକାନ ପକାଇଥିଲେ।ଆତସବାଜି ରେ ପ୍ରକମ୍ପିତ ହୋଇଉଠିଥିଲା।ପୂର୍ଣ୍ଣାହୁତି ପରେ ଭକ୍ତମାନେ ଅନ୍ନପ୍ରସାଦ ଖାଇଥିଲେ।ହରିଆନ୍ତା ଗ୍ରାମପଞ୍ଚାୟତର ଅଧିବାସୀଙ୍କ ସହଯୋଗରେ ଯଜ୍ଞ ଅନୁଷ୍ଠାନ ଟି ସଫଳ ହୋଇଥିଲା।କଟକ ଜିଲ୍ଲା ହରିଅନ୍ତା ଗ୍ରାମପଞ୍ଚାୟତରୁ ସନ୍ତୋଷ ପ୍ରଧାନ ଙ୍କରିପୋର୍ଟ ସଂଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More