ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ଦଣ୍ଡ ଯାତ୍ରା ସମ୍ପନ୍ନ

11

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : – ଚୈତ୍ର ମାସ ଓଡ଼ିଆ ବାସୀଙ୍କ ଶୈବ ଓ ଶକ୍ତିଙ୍କ ଉପାସନା ଦଣ୍ଡ ଉତ୍ସବ l ଏହି ଦଣ୍ଡ ଯାତ୍ରା ବିଷୁବ ପଣl ସଂକ୍ରାନ୍ତି ରେ ସମାପନ ହୁଏ l ସେହିପରି ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ବିଭିନ୍ନ ସ୍ଥାନ ରେ ପ୍ରଭୁ ଶିବଙ୍କର ଦଣ୍ଡ ଯାତ୍ରା ବା ଝାମୁ ଯାତ୍ରା ନିତିକାନ୍ତି ସହ ସମ୍ପନ୍ନ ହୋଇଯାଇଛି l ଏହି ମାସରେ ବିଭିନ୍ନ ଗ୍ରାମରେ ଥିବା ଦଣ୍ଡ ଯାତ୍ରା ପରମ୍ପରାକୁ ବଜାୟ ରଖିବା ପାଇଁ ଶିବ, ପାର୍ବତୀଙ୍କୁ ସାଙ୍ଗରେ ନେଇ ମାନସିକ ଧାରୀ ଭକ୍ତ ମାନେ ଛତି ଛତ୍ର,ବାନା,ଚାଉଁର,ଘଣ୍ଟଘଣ୍ଟା ଢୋଲ ମହୁରୀ ବାଦ୍ୟ ଦ୍ୱlରା ଶିବ କାଳୀଙ୍କୁ ଗ୍ରାମେ ଗ୍ରାମେ ବୁଲାଇ ଥାନ୍ତି l ଏନେଇ ପୁର ପଲ୍ଲୀ ଠୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଶିବଭକ୍ତ ମୟ ପରିବେଶ, ଦଣ୍ଡ ଯାତ୍ରା ଦ୍ୱାରା ଗାଁ ଦାଣ୍ଡ ଉଛୁଳି ପଡି ଥାଏ lଏପଟେ ଶିବ କାଳୀଙ୍କୁ ମଣି ଡାକରେ ପୁରା ପରିବେଶ ପ୍ରକମ୍ପିତ ହୋଇପଡି ଥାଏ l ସେନେଇ ହରଭଙ୍ଗା ବ୍ଲକରେ ଚୈତ୍ର ଦଣ୍ଡ ଉଠିବା ସହ ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିରେ ନୀତିକାନ୍ତି ସହ ଝାମୁ ଯାତ୍ରା ସମାପନ ହୋଇଯାଇଛି । ଦଣ୍ଡୁଆଙ୍କ ମତଅନୁଯାୟୀ ତେର ଭୁକ୍ତା ବା ଦଣ୍ଡୁଆଙ୍କ ମେଳରେ ରୀତିନୀତି ଅନୁସାରେ ଦକ୍ଷିଣକାଳୀ ଓ ରୁଦ୍ରକାଳୀଙ୍କୁ ପୂଜାର୍ଚ୍ଚନା କରାଯାଇ ନିସାର୍ଦ୍ଧ ରାତିରେ ଦଣ୍ଡ ଉଠିଥାଏ ।ଦଣ୍ଡ ଉଠିବାର ପର ଦିନ ଗ୍ରାମ ପରିକ୍ରମା କରିବା ସହିତ ବନ୍ଦାଣ ଘେନିହୋଇଥାଏ । ଶ୍ରଦ୍ଧାଳୁ ଦଣ୍ଡୁଆମାନେ ମାସ ସାରା ନିଷ୍ଠାର ସହ ବ୍ରତ କରି କାଳୀଙ୍କୁ ପୂଜାକରି କଠିନ ସାଧନାରେ 21ଦିନ, କିମ୍ବା 17ଦିନ,7ଦିନ ପର୍ଯ୍ୟନ୍ତ ଗ୍ରାମ ଗ୍ରାମ ଶିବ ପାର୍ବତୀଙ୍କୁ ସାଙ୍ଗରେ ଧରି ଦଣ୍ଡଆମାନେ ବୁଲି ଥାନ୍ତି l ପରେ ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ଦିନ ଦଣ୍ଡୁଆମାନେ ବ୍ରତ ଭଙ୍ଗ କରିଥାନ୍ତି।ଯାତ୍ରା ସମୟରେ ତେର ଭୁକ୍ତା ମାନଙ୍କୁ କଠୋର ନିୟମ ମାନି ଚଳିବାକୁ ହୁଏ ଧୂଳି ଦଣ୍ଡ, ପାଣି ଦଣ୍ଡ ଆଦି କରିଥାନ୍ତି। ନିଆଁ ରେ ଚାଲିବା, କଣ୍ଟା ଉପରେ ବସିବା ଭଳି ସାଧନା ଓ ଆରାଧନାରେ ଦେବୀ ତୁଷ୍ଟ ହୋଇ ଭୁକ୍ତା ଓ ମାନସିକଧାରୀଙ୍କ ମନୋସ୍କାମନା ପୂରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ବିଶେଷ କରି ହରଭଙ୍ଗା ବ୍ଲକର ହରଭଙ୍ଗା,ତିଲେଶ୍ଵର, ସରଧାପୁର, ପୁରୁଣା କଟକ, ତାକୁଡ଼, ଖଣ୍ଡହତା, ବୁରୁବୁଡ଼ା, ସାକୁସିଙ୍ଗା, ଧଳପୁର, କରଡ଼ି, ପୁରୁଣା କଟକ, କୁସଙ୍ଗ,ବନ୍ତିଝୁଲି, ଖଲିଆପାଲି,ଆଦି ଗ୍ରାମ ଗୁଡିକରେ ଚୈତ୍ର ଦଣ୍ଡ ବା ଝାମୁ ଯାତ୍ରା ନୀତିକାନ୍ତି ସହ ସମାପନ ହୋଇଥିବା ଦେଖିବାକୁ ମିଳିଛି l ହରଭଙ୍ଗା ର ସାଇ ଅନୁଷ୍ଠାନ ପକ୍ଷରୁ ଭକ୍ତ ମାନଙ୍କୁ ପଣା ବଣ୍ଟନ କରାଯାଇଥିଲା l ସେହିପରି ହରଭଙ୍ଗା ୟୁଥ କ୍ଲବ ପକ୍ଷରୁ ଭକ୍ତ ମାନଙ୍କ ମଧ୍ୟରେ ଉପମା, ତରକାରୀ ବଣ୍ଟନ କରାଯାଇଥିଲା l ଏଥିରେ ଅମୀୟ ସିଂହ, ପ୍ରମୋଦ ଖମାରୀ, ସପନ ବାରିକ, ପ୍ରତାପ ସିଂହ, ଦିନେଶ ସାହୁ ପ୍ରମୁଖ ସହଯୋଗ କରିଥିଲେ l ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More