ହରଭଙ୍ଗା ବ୍ଲକରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ

13

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : – ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅଞ୍ଚଳରେ ପବିତ୍ର କୁମାର ପୁର୍ଣିମା ଅବସରରେ ବ୍ଲକର ହରଭଙ୍ଗା, ବାଲିସାହି, ଚାରିଛକ, କରଂଜକଟା, ଡ଼ିଆଘାଟ, ଆଣିଗଡ଼ଆଦି ବିଭିନ୍ନ ସ୍ଥାନରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି l ହରଭଙ୍ଗା କୁଲିସାହି ଠାରେ ଲକ୍ଷ୍ମୀନାରାୟଣ କ୍ଲବ ଆନୁକୂଲ୍ୟରେ ଏହି ପୂଜା ପାଳିତ ହେଉଛି l ଏହି ଅବସରରେ ସନ୍ଧ୍ୟାରେ ନାମ, ଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ କେତେକ ମଣ୍ଡପ ନିକଟରେ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ବିଗତ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ପୂଜା ଅନୁଷ୍ଠିତ ହୋଇପାରିନଥିଲା l ଚଳିତ ବର୍ଷ ଏହି ପୂଜା ଅନୁଷ୍ଠିତ ହୋଇଥିବାରୁ ଭକ୍ତ ଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି l କୁଲିସାହି ପୂଜା ମଣ୍ଡପ ରେ ହରିହର ପୁରୋହିତ ପୂଜା ପାଠ କରୁଥିବା ବେଳେ କର୍ତ୍ତା ଭାବରେ ବସୁଦ ନାୟକ, ପ୍ରଫୁଲ୍ଲ ସାହୁ, ନାରଣ ଖଡ଼ିରତ୍ନ, ପବିତ୍ର ସାହୁ, ବବୁଲୁ ଖଡ଼ିରତ୍ନ ପ୍ରମୁଖ ସହଯୋଗ କରିଥିଲେ l ଏହି ଅବସରରେ ସମସ୍ତଙ୍କୁ ଅନ୍ନ ପ୍ରସାଦ ଦିଆଯାଇଥିଲା lରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More