ବୌଦ୍ଧ,(ସଂଘର୍ଷ ମିଡିଆ) : ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ମନ୍ତ୍ରଣାଳୟ ଅଧୀନସ୍ଥ ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ଓ ଗଣପତି ବାପା ମୋର ୟା ଯୁବକ ସଂଘର ମିଳିତ ଆନୁକୂଲ୍ୟରେ ନେହେରୁ ଯୁବ କେନ୍ଦ୍ର କର୍ମକର୍ତ୍ତା ସୁପ୍ରିୟା ଦେହୁରୀ, ମନୋଜ ଭୋକ୍ତା ଓ ସୁଧିର ଦୀପଙ୍କ ତତ୍ତ୍ୱାବଧାନରେ ଗାନ୍ଧିଜୀଙ୍କ ଜନ୍ମ ତିଥି ଅନୁସାରେ ଅକ୍ଟୋବର୧ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୩୧ ତାରିଖରେ ସମାପ୍ତ ହେବାକୁ ଥିବା ସ୍ୱଚ୍ଛ ଭାରତ 2.0 ଆଜି ନବମ ଦିନରେ ଖରସଙ୍କୁଲୋଇ ଠାରେ ବ୍ଲକ ସ୍ତରୀୟ ସ୍ୱଚ୍ଛ ଭାରତ 2.0 ଓ ପ୍ଲାଷ୍ଟିକ ସଂଗ୍ରହ ଅଭିଯାନ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗ୍ରାମେ ଅଙ୍ଗନବାଡ଼ି କର୍ମୀ ଉମାରାଣୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଅବଗତ କରାଇବା ସହ ଯୁବ ବର୍ଗଙ୍କ ଏହି ମହନୀୟ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକରବିଭିନ୍ନ ଧର୍ମାନୁଷ୍ଠାନ, ଶିକ୍ଷାନୁଷ୍ଠାନ, ଗୋଷ୍ଠିକେନ୍ଦ୍ର, ସ୍ୱାସ୍ଥ୍ୟକେନ୍ଦ୍ର, ପର୍ଯ୍ୟଟନ ସ୍ଥଳୀ ପ୍ରଭୃତି ସ୍ଥାନ ଗୁଡିକରେ ସ୍ୱଚ୍ଛତା ରଖିବାକୁ କାର୍ଯ୍ୟକ୍ରମ ରଖାଯାଇଛି । ଏହି ଆଧାରରେ ଆଜି ଖରସଙ୍କୁଲୋଇ ଠାରେ ଗ୍ରାମର ଉଦିୟମାନ ଯୁବକ ମାନଙ୍କୁ ନେଇ ସ୍ୱଚ୍ଛ ଭାରତ 2.0 ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସାରଦା ପ୍ରସାଦ ହୋତା, ସୌଭାଗ୍ୟ କୁମାର ମହାକୁଡ଼ , ଓ ଗ୍ରାମର ଅନ୍ୟାନ୍ୟ ଯୁବକ ଯୁବତୀ ସହଯୋଗ କରିଥିଲେ । ସୂଚନା ଥାଉକି ଏହି କାର୍ଯ୍ୟକ୍ରମ ଆସନ୍ତା ଅକ୍ଟୋବର ୩୧ ତାରିଖ ଯାଏଁ ଚାଲିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି ।ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।