ହରଭଙ୍ଗାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ

14

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ ) : ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ଠାରେ ଜ଼ିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଜ଼ିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଓ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମିନା ଙ୍କ ଉପସ୍ଥିତି ରେ ଅନୁଷ୍ଠିତ ଏହି ଶୁଣାଣୀ କାର୍ଯ୍ୟକ୍ରମ ରେ ସମୁଦାୟ 115 ଟି ଅଭିଯୋଗ ଆସିଥିବା ବେଳେ ତନ୍ମଧ୍ୟରୁ 106ଟି ବ୍ୟକ୍ତିଗତ ମାମଲା, 9ଟି ବିଭିନ୍ନ ଗ୍ରାମର ସାମୂହିକ ମାମଲା ରହିଥିଲା l ଅଭିଯୋଗ ଗୁଡିକ ମଧ୍ୟରୁ 56ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇ ସେଥି ମଧ୍ୟରୁ 15 ଟି ଅଭିଯୋଗ ସମ୍ପର୍କ ରେ ଅନୁଧ୍ୟାନ କରାଯାଇ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠି ରୁ 59,500/- ଏବଂ ଜ଼ିଲ୍ଲା ରେଡ଼କ୍ରସ ପାଣ୍ଠିରୁ 3ଜଣ ଙ୍କୁ 11,000/-ଟଙ୍କାର ସହାୟତା ଯୋଗାଇ ଦିଆ ଯାଇଥିଲା l
ଏହି ଶିବିର ରେ ଅନ୍ୟ ମାନଙ୍କ ମଧ୍ୟରେ ଜ଼ିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ଉପ -ଜ଼ିଲ୍ଲାପାଳ ସନତ କୁମାର ନାୟକ, ସହକାରୀ ଜ଼ିଲ୍ଲାପାଳ ଚନ୍ଦ୍ରକାନ୍ତ ବେହେରା, ଟି. ଆର. ଓ. ମହାପାତ୍ର କୁଲଦୀପ ମହାନ୍ତି ଓ ସମସ୍ତ ଜ଼ିଲ୍ଲା ସ୍ତରୀୟ ଏବଂ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ l ଏହି ଜନ ଶୁଣାଣୀ କାର୍ଯ୍ୟକ୍ରମ ବି. ଡ଼ି. ଓ. ରବୀନ୍ଦ୍ର ନାଥ କଁଅର ଓ ତହସିଲଦାର ଶମ୍ଭୁ ପ୍ରସାଦ ମିଶ୍ର, ଏ. ବି. ଡ଼ି. ଓ. ସୁବାଷ ଚନ୍ଦ୍ର ଯାନୀ ଏବଂ ଜ଼ିଲ୍ଲା କାର୍ଯ୍ୟଳୟ ର କନିଷ୍ଠ ରାଜସ୍ୱ ସହାୟକ ସୁନୀଲ ବେହେରା ଏବଂ ହରଭଙ୍ଗା ବ୍ଲକ ଏବଂ ତହସିଲ ର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l ଏହି ଅବସରରେ 77ବର୍ଷୀୟା ବୃଦ୍ଧା ସୌଦାମିନୀ କଅଁର , ଗ୍ରାମ -ରାଜିଙ୍ଗଙ୍କୁ ତିନି ଚକିଆ ସାଇକେଲ ସହ ରେଡ଼କ୍ରସ ପାଣ୍ଠି ରୁ 3000/-ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା l ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More