ହମିରପୁରର ସମସ୍ୟା ସମାଧାନ ପାଇଁ ପ୍ରତିଶୃତି ଦେଲେ ବିଧାୟକ

14

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ) : – ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ ନିଜ ନିର୍ବାଚନ ମଣ୍ଡଳୀର ହମିରପୁର ଅଂଚଳ ଗସ୍ତ କରି ସେଠାରେ ଥିବା ବିଭିନ୍ନ ସମସ୍ୟା ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ହମିରପୁର ଅଂଚଳର ନ୍ୟୁକଣ୍ଟ୍ରାକ୍ଟର କଲୋନୀ ଓ ବିଭିନ୍ନ ଅଂଚଳ ବୁଲିବା ସହ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ । କଲୋନୀ ମଧ୍ୟରେ ଥିବା ରାସ୍ତାର ଉନ୍ନତିକରଣ, ସୋଲାର ଲାଇଟ୍ , ଜଳ ଯୋଗାଣ ଓ ଡ୍ରେନେଜ ବ୍ୟବସ୍ଥା ଉପରେ ଥିବା ସମସ୍ୟା ସଂପର୍କରେ ଅବଗତ ହୋଇ ଏହାକୁ କିପରି ଶୀଘ୍ର ଆଶୁ ସମାଧାନ କରାଯାଇପାରିବ ସେ ସଂପର୍କରେ ଆଲୋଚନା କରିଥିଲେ । ଏହା ସହ ହମିରପୁର ଦେଇ କୋଏଲ ବ୍ୟାରେଜ ପ୍ରାୟ ୪୭୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇ ଏହି ଅଂଚଳକୁ ଏକ ସୁନ୍ଦର ଅଂଚଳ ଋପେ ଗଢିତୋଳିବାରେ ତଥା ସ୍ଥାନୀୟ ଅଂଚଳରେ ସମସ୍ତ ଭଲକାମ ପାଇଁ ସେ ସ୍ଥାନୀୟ ଅଂଚଳବାସୀଙ୍କ ସହଯୋଗ ଲୋଡିଥିଲେ । ଏହି ଗସ୍ତ ସମୟରେ ଶ୍ରୀ ତରାଇଙ୍କ ସହ ରଘୁନାଥପାଲୀ ବିଜେଡି ସଭାପତି ଆର୍ତ୍ତ ମହାରଣା, ମୀନତି ବିଶ୍ବାଳ, ସୁଲତାନ ଖାନ,ରମାକାନ୍ତ ରଥ, ହରି ରାମ, ଜଗନ୍ନାଥ ନାୟକ ପ୍ରମୁଖ ସ୍ଥାନୀୟ ଅଂଚଳ ବୁଲି ଦେଖିଥିବାବେଳେ ହମିରପୁର ଅଂଚଳରୁ ସର୍ବଶ୍ରୀ ନିରଞ୍ଜନ ଦାସ, ନିରଞ୍ଜନ ସାମନ୍ତରାୟ, ପ୍ରଭାତ କୁମାର ପରିଡା, ଡଃ ସୁମନ ଦତ୍ତ,ଏସ ରାଜୁ, ମାନଗୋବିନ୍ଦ ଶତପଥୀ, ଧର୍ମେନ୍ଦ୍ର ଦାଶ,ଜାଭିଅର ଡୁଙ୍ଗଡୁଙ୍ଗ,ଶ୍ରୀକାନ୍ତ ସାହୁ, ଶିବନାଥ ମଣ୍ଡଳ, ମନୋଜ ସାହୁ, ମିଟୁ ଦାଶ, ବସନ୍ତ କୁମାର ଦେଓ,ଜୋସ୍ନାରାଣୀ ରାଉତ,ରୋମା ପୋଦ୍ଦାର, ପ୍ରିତୀ ଶର୍ମା,ରୂପା ସରକାର,ଚନ୍ଦ୍ରଭାନୁ ରାଉତ,ନବୀନ କୁମାର ଦାସ,ଚନ୍ଦ୍ରକାନ୍ତ ସାହୁ, ସଂଜୀବ ପଣ୍ଡା ପ୍ରମୁଖ ଆଲୋଚନା ବେଳେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More