ହବିଷ୍ୟାଳୀ ମା ମାନଙ୍କୁ ଶୁଖିଲା ଭୋଗ ବଣ୍ଟନ

74

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) ; – ରାସ ପୂର୍ଣ୍ଣିମା ବା କାର୍ତ୍ତିକ ପୂର୍ଣ୍ଣିମା ଆସନ୍ତା କାଲି। ଶ୍ରୀକ୍ଷେତ୍ର ରେ ଏକମାସ ବିଭିନ୍ନ ହବିଷ୍ୟାଳୀ କେନ୍ଦ୍ର ମାନଙ୍କ ରେ ରହି ରାଈଦାମୋଦର ବ୍ରତ ବା ହବିଷ ବ୍ରତ ସାରିବା ପରେ ହବିଷ୍ୟାଳୀ ମା ମାନେ ନିଜ ଘରକୁ ଫେରିବା ଆରମ୍ଭ କରିବେ। ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ସମର୍ଥ ବର୍ମା ବୃନ୍ଦାବତୀ ନିବାସରେ ପହଞ୍ଚି ଏକ ଭାବ ପୂର୍ଣ୍ଣ ପରିବେଶ ମଧ୍ୟ ରେ ମା ମାନଙ୍କୁ ମହାପ୍ରଭୁ ଙ୍କ ଶୁଖିଲା ଭୋଗ ଦେଇ ସମ୍ବର୍ଦ୍ଧିତ କରିଥିଲେ। ମାସ ସାରା ନିଜ ଘର ପରିବାର ଛାଡି ମା ମାନେ ବୃନ୍ଦାବତୀ ନିବାସ ,ଅକ୍ଷୟ ପାତ୍ର, ବଗଲା ଧର୍ମଶାଳା, ବାଗେଡିଆ ଧର୍ମଶାଳା ଓ ମୋଚିସାହି କଲ୍ୟାଣ ମଣ୍ଡପ ମାନଙ୍କ ରେ ରହିଥିଲେ। ସେମାନଙ୍କ ସେବା ,ସ୍ୱଛନ୍ଦ ରହଣି ଓ ସମସ୍ତ ସୁବିଧା ପାଇଁ ସରକାର ଓ ପ୍ରଶାସନ ସମସ୍ତ ବ୍ୟବସ୍ଥା କରିଥିଲେ। ମା ମାନେ ମଧ ନିଜ ମହାନ ଗୁଣରେ ଏଇ ମାସ ସାରା ସହଯୋଗ କରିଛନ୍ତି। ଏହି ମାସର ଅଭିଜ୍ଞତା ଆଗାମୀ ଦିନ ରେ ପ୍ରଶାସନ କୁ ଅଧିକ ଋଦ୍ଧିମନ୍ତ ଓ ଶୃଙ୍ଖଳିତ କରିବ ବୋଲି ଜିଲ୍ଲାପାଳ ଶ୍ରୀ ବର୍ମା କହିଥିଲେ। ମା ମାନେ ନିଜ ଅଭିଜ୍ଞତା ବର୍ଣ୍ଣନା କରି ବିଗତ ବର୍ଷ ମାନଙ୍କ ଠାରୁ ଚଳିତ ବର୍ଷ ର ରାଇଦାମୋଦର ବା ହବିଷ ଅତ୍ୟନ୍ତ ସୁଖଦ ଓ ଶୃଙ୍ଖଳିତ ଥିଲା ବୋଲି କହିଥିଲେ। ସରକାର ,ପ୍ରଶାସନ ଓ ସ୍ୱଛାସେବୀ ମାନେ ଖୁବ ଭଲ ଭାବରେ ଆମ ଦାୟିତ୍ୱ ନେବା ସହ ବୃନ୍ଦାବତୀ ପୂଜା, ସେବା,ମନ୍ଦିର ଓ ଠାକୁର ଦର୍ଶନ, ମହାପ୍ରସାଦ ସେବନ, ଭଜନ ପ୍ରବଚନ ଶ୍ରବଣ ଇତ୍ୟାଦି ଖୁବ ଭଲ ଥିଲା।କାର୍ତ୍ତିକ ମାସ ଟି କେମିତି କଟିଗଲା ଜଣା ପଡ଼ିଲା ନାହିଁ। ଘର ଛାଡି ଆସିଲା ବେଳେ କେମିତି କଣ ହେବ ବୋଲି ଆଶଙ୍କା ରେ ଥିଲୁ।କିନ୍ତୁ ଏଠାରେ ଏତେ ଭାବପୂର୍ଣ୍ଣ ସମ୍ପର୍କ ଗଢି ଉଠିଲା ଯେ ଏବେ ଏଠା ଛାଡି ଗଲା ବେଳେ ମାସକର ସ୍ନେହ ମମତା କୁ ଭାବି ଦୁଖ ଲାଗୁଛି। ଇଶ୍ଵର ଙ୍କ ଆଶୀର୍ବାଦ ଥିଲେ ପୁଣି ଆର ବର୍ଷ କୁ ଆସିବୁ ବୋଲି କୋହ ଭରା କଣ୍ଠରେ କହୁଥିଲେ ମା ମାନେ। ଏପରିକି ମାସେ ରହଣି ଭିତରେ ପରସ୍ପର ମଧ୍ୟରେ ଗଢି ଉଠିଥିବା ସମ୍ପର୍କ ଦୃଷ୍ଟି ରୁ ନିଜ ନିଜ ଘରକୁ ଫେରିବା ଚିନ୍ତା କରି ମା ମାନେ କାନ୍ଦି ପକାଉଥିବା ଦେଖିବାକୁ ମିଳିଥିଲା।ସମସ୍ତ ହବିଷ୍ୟାଳୀ କେନ୍ଦ୍ର ମାନଙ୍କ ରେ ମଧ୍ୟ ଅନୁରୂପ ଭାବେ ଶୁଖିଲା ଭୋଗବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଶାସନ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାସ ଚନ୍ଦ୍ର ନାୟକ, ଉପଜିଲ୍ଲାପାଳ ଭବତାରଣ ସାହୁ, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା,ଅତିରିକ୍ତ ପୌରନିର୍ବାହୀ ଅଧିକାରୀ ମନୋଜ ବେହେରା,ଆରଟିଓ ରବିନ ପଟ୍ଟନାୟକ ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ତ୍ରିପାଠୀ, ପ୍ରମୁଖ ଉପସ୍ଥିତ ଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More