ହବିଶ୍ୟାଳି ଶିବିରରେ ରହୁଥିବା ଜଣେ ହବିଶ୍ୟାଳି ଅତ୍ୟଧିକ ଔଷଧ ସେବନ କରି ଅସୁସ୍ଥ

28

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ହବିଶ୍ୟାଳି ଶିବିର ରେ ରହୁଥିବା ଜଣେ ହବୀସ୍ୟାଳି ଅତ୍ୟଧିକ ଔଷଧ ସେବନ କରିବାରୁ ଅସୁସ୍ଥ। ଚିକିତ୍ସା ପାଇଁ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଗଲା ଅସୁସ୍ଥ ହବିସ୍ୟାଳୀଙ୍କୁ। ଅସୁସ୍ଥ ହବିଷ୍ୟାଳି ହେଉଛନ୍ତି ନୟାଗଡ଼ ଜିଲା ସରଣକୁଳ ନିକଟ କଲ୍ୟାଣପୁରର ପାଲି ପ୍ରଧାନ। ତେବେ ପାଲିଙ୍କ ଅବସ୍ଥା ସ୍ଥିର ଥିବା ଡ଼ାକ୍ତର ସୁଚନା ଦେଇଛନ୍ତି। ସୂଚନା ଅନୁଯାୟୀ ପାଲି ପ୍ରଧାନ ବାଗେଡିଆ ଧର୍ମଶାଳା ରେ ହୋଇଥିବା ସରକାରି ହବିଷ୍ୟାଳି ଶିବିର ରେ ରହୁଛନ୍ତି। ଆଜି ଅପରାହ୍ନ ରେ ତାଂକ ଗୋଡ ହାତ ବିନ୍ଧା ହେବାରୁ ଭୁଲ ରେ ଅଧିକ ଔଷଧ ଖାଇ ଦେଇଥିଲେ। ଏକାଧିକ ବଟିକା ସହ ଏକ ସିରପ ପିଇ ଦେଇଥିଲେ। ଏଣୁ ତାଙ୍କ ଦେହ ଅସୁସ୍ଥ ହୋଇ ପଡ଼ିଥିଲା। ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଥିଲା। ତେବେ ଏଠି ପ୍ରଶ୍ନ ଉଠୁଚି ହବିଷ୍ୟାଳି ଙ୍କୁ ଦେଖା ରଖା କରିବା ପାଇଁ ସହ ସହ ସ୍ଵେଚ୍ଛାସବୀ, ଆଶା କର୍ମୀ, ଅଙ୍ଗନାବାଡ଼ି କର୍ମୀ ଥିବା ବେଳେ ଅସୁସ୍ଥ ଥିବା ପାଲି ଙ୍କ କଥା କେହି ବୁଝିଲେ ନାହିଁ କାହିଁକି? ଯଦି ଅତ୍ୟଧିକ ଔଷଧ ସେବନ ଦ୍ବାରା କିଛି ଅଘଟଣ ଘଟିଥନ୍ତା କିଏ ଦାୟୀ ରହିଥାନ୍ତି। ସରକାର୍ ପୁରୀ ରେ କରିଥିବା 5 ଟି ହବିସ୍ୟାଳି ଶିବିର ରେ 3 ହଜାର ହବିସ୍ୟାଳି ରହୁଛନ୍ତି। ସମସ୍ତେ ବୟସ୍କ ବୃଦ୍ଧ ଲୋକ ହୋଇଥିବାରୁ ତାଙ୍କର ଜତ୍ନ ନେବା ଏକ ଦାୟିତ୍ଵ ର ବିଷୟ। ତେବେ ଏଥିରେ ଅବହେଳା କୁ ନେଇ ବିଭିନ୍ନ ମହଲ ରେ ପ୍ରଶ୍ନ ଉଠିଛି। ତେବେ ହବିସ୍ୟାଳି ଶିବିର ରେ କାର୍ଯ୍ୟ କରୁଥିବା ସ୍ଵେଚ୍ଛାସବୀ, ସରକାରି କର୍ମଚାରି ସଠିକ୍ ଭାବେ ଦାୟିତ୍ଵ ତୁଲାଇବା ଆବଶ୍ୟକତା ରହିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More