ନବରଙ୍ଗପୁର(ସଂଘର୍ଷ ମିଡିଆ ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ମହକୁମା ଜୟନ୍ତୀ ନଗର ଠାରେ ଥିବା ବୀର ହନୁମାନ ମନ୍ଦିରରେ ବୀର ହନୁମାନଙ୍କ ଜୟନ୍ତୀ ମହା ଅଦମ୍ବରରେ ପାଳିତ ହୋଇ ଯାଇଛି। ଏହି ଅବସରରେ ପୂଜକ ଚୈତନ୍ୟ ଦାଶଙ୍କ ଦ୍ୱାରା ହୋମ କାର୍ଯ୍ୟ ସମ୍ପାଦନ ହୋଇ ଥିବା ବେଳେ କର୍ତ୍ତା ଭାବେ ସସ୍ତ୍ରିକ ଅଭୟ କୁମାର ଜେନା ଓ ଦେବରାଜ ପାତ୍ର (ସାନ ବାବୁ),ସମ୍ପାଦନ କରି ଥିଲେ। ପୂଜା କାର୍ଯ୍ୟରେ ଗୋବିନ୍ଦ ପଣ୍ଡା,ମହେଶ ପଣ୍ଡା ଓ ସୁବାଷ ପାଣିଗ୍ରାହୀ ସହଯୋଗ କରି ଥିଲେ।ଶ୍ରଧାଳୁ ଭକ୍ତ ବୃନ୍ଦ ମାନଙ୍କ ମଧ୍ୟରେ ଅନିଲ ବେହେରା,ଲାବନ୍ କୁମାର ଜେନା (ବୁଟୁ),ଶଙ୍କର ପଣ୍ଡା, ବଲ୍ଲଭ ପଣ୍ଡା,ଶ୍ରୀନୁ ରାଓ,ହରି ହର ନାୟକ,କାଳିଆ ପଣ୍ଡା,ପୁପୁନ ପଣ୍ଡା ପ୍ରମୁଖ ସକ୍ରିୟ ଭାବେ ସଜାଗ ରହି କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ।ସମସ୍ତ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ପାଇଁ ଅନ୍ନ ପ୍ରସାଦ ର ବ୍ୟବସ୍ତା କରାଯାଇ ଥିଲା। ସେହି ପରି ବାଗବେଡା ତାରିଣୀ ମନ୍ଦିର ଓ ବଜାର ଦାଣ୍ଡ ତାରିଣୀ ମନ୍ଦିର ପୂଜାରୀ ଡମ୍ବରୁ ନାୟକଙ୍କ ସହ ନୁଅଗୁଡା ଓ ରେଭିନ୍ୟୁଗୁଡା ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ପ୍ରଚେଷ୍ଟାରେ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇ ଥିଲା। ସବୁ ସ୍ଥାନରେ ପଣାର ବ୍ୟବସ୍ତା କରାଯାଇଥିଲା।ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।