ନବରଙ୍ଗପୁର(ସଂଘର୍ଷ ମିଡିଆ) : – ହନୁମାନ ଜୟନ୍ତୀ ତଥା ବିଷୁବ ସଂକ୍ରାନ୍ତି ଅବସରରେ ପାପଡାହାଣ୍ଡି ନୀଳକଣ୍ଠେଶ୍ଵର ମନ୍ଦିରରୁ ଏକ ବିଶାଳ ଶୋଭାଯାତ୍ରା ବାହାରିଥିବା ବେଳେ ପାପଡାହାଣ୍ଡି ହିନ୍ଦୁ ମହାସଂଘ ଏବଂ ଅନ୍ୟାନ୍ୟ ହିନ୍ଦୁ ସଂଗଠନର କାର୍ଯ୍ୟକର୍ତ୍ତା ମାନେ ଏ ଭବ୍ୟ ଶୋଭା ଯାତ୍ରାର ଆୟୋଜନ କରିଥିଲେ।ଏହି ବିଶାଳ ଶୋଭା ଯାତ୍ରା ପାପଡାହାଣ୍ଡି ବ୍ଲକ ଛକ ପର୍ଯ୍ୟନ୍ତ ଆସି ପୁଣି ନୀଳକଣ୍ଠେଶ୍ଵର ମନ୍ଦିର ପାଖକୁ ଫେରି ଆସି ଥିଲେ।ଏହି ଅବସରରେ ବରିଷ୍ଠ ସାମ୍ବାଦିକ ତଥା ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ ବେହେରା, ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର, ଜିଲ୍ଲା ମହାସଂଘ ଉପସଭାପତି ବଳରାମ ପାତ୍ର, ବ୍ଲକ ସଭାପତି ମହେନ୍ଦ୍ର ନାୟକ,ଗୌତମ ଅଗ୍ରୱାଲ, ଭବାନୀ ବାହିନୀ ପ୍ରମୁଖ ଅମ୍ବିକା ପ୍ରଧାନ, ଯୁବ ହିନ୍ଦୁ ମହାସଂଘ ଦକ୍ଷିଣ ଓଡ଼ିଶା ବିଭାଗ ପ୍ରମୁଖ ସ୍ବାଗତୀକା ସାମନ୍ତରାୟ, ଜିଲ୍ଲା ପରିଷଦ ସଭ୍ୟ ଲିପିକା ମାଝୀ,ପ୍ରବକ୍ତା ଶ୍ୟାମସୁନ୍ଦର କବିରାଜ, ଆଇନ୍ ପରାମର୍ଶଦାତା ଅରୁଣ ପ୍ରସନ୍ନ ନାୟକ, ହିମାଂଶୁ ନାୟକ, ବବିତା ସାହୁ,ହରି ମୋହନ ଶର୍ମା, ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ଜୟ ଶ୍ରୀ ରାମ, ଜୟ ହନୁମାନ ଓ ଭାରତ ମାତା କି ଜୟ ଧ୍ୱନି ରେ ପାପଡାହାଣ୍ଡି ପରିବେଶ ପ୍ରକମ୍ପିତ ହୋଇ ଭକ୍ତି ମୟ ପରିବେଶ ସୃଷ୍ଟି ହୋଇଥିଲା। ପ୍ରାୟ ଦୁଇ ହଜାରରୁ ଊର୍ଦ୍ଧ୍ବ ଲୋକ ଏହି ଶୋଭାଯାତ୍ରା ରେ ସାମିଲ ହୋଇ ଥିଲେ।ପରେ ଏକ ବୈଠକରେ ହିନ୍ଦୁ ସଂଗଠନର ସମସ୍ତ କର୍ମକର୍ତ୍ତା ମାନଙ୍କ ଦ୍ୱାରା ଧର୍ମାନ୍ତରିକରଣ ଉପରେ ବ୍ୟାପକ ଅଲୋଚନା କରାଯାଇ ଆଗାମୀ ଦିନରେ ଯେପରି ଧର୍ମାନ୍ତରିକରଣ କରାଉ ଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯିବାକୁ ନିଷ୍ପତ୍ତି ନିଆ ଯାଇଥିଲା। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।