ହଜ ଯାତ୍ରୀଙ୍କୁ ମୁସଲିମ ସମାଜର ଭବ୍ୟ ସମ୍ବର୍ଦ୍ଧନା

12

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – -ପାପଡାହାଣ୍ଡି ବ୍ଲକ ଜଟାବାଲ ପଞ୍ଚାୟତ ସଦର ଗ୍ରାମରେ ଆଜି ହଜ ଯାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା କରିଛନ୍ତି ପାପଡାହାଣ୍ଡି ଉପାଧକ୍ଷ ସୁଶାନ୍ତ ବେହେରା | ସୂଚନା ମୁତାବକ ଚଳିତ ବର୍ଷ ଜଟାବାଲ ଗ୍ରାମର ଏମ ଡି ଅନୱାରଙ୍କ ଧର୍ମପତ୍ନୀ ସାୟାଦା ବାନୁ, ତାଙ୍କ ମା ଖାମରୁ ବେଗମ ଏବଂ ପୁତ୍ର ଏମଡି ଇସ୍ମାଇଲ ଗତକାଲି ହଜ ଯାତ୍ରା ପାଇ ବାହାରିଥିଲେ | ଏହି ଅବସରରେ ତାଙ୍କୁ ମସଜିତ କମିଟି ଏବଂ ବନ୍ଧୁ ବାନ୍ଧବ ତରଫରୁ ଭବ୍ୟ ସମ୍ବର୍ଦ୍ଧନା କରାଯାଇଥିଲା | ଏହି ଅବସରରେ ପାପଡାହାଣ୍ଡି ବ୍ଲକ ଉପାଧକ୍ଷ ଶ୍ରୀ ବେହେରା ପହଂଚି ହଜ ଯାତ୍ରୀଙ୍କୁ ସମ୍ବର୍ଦ୍ଧନା କରିବା ସହ ତାଙ୍କ ଯାତ୍ରା ପାଇ ଶୁଭ କାମନା କରିଥିଲେ | ହଜ ଯାତ୍ରୀ ମାନେ 15 ଦିନ ର ଯାତ୍ରାରେ ରହିବା ସହ ଇଦୁଲ ଫିତର ପାଳନ କରି ଘରକୁ ଫେରିବା କାର୍ଯ୍ୟକ୍ରମ ରହିଛି | ହଜ ଯାତ୍ରୀଙ୍କୁ ପାପଡାହାଣ୍ଡି, ନବରଙ୍ଗପୁର ର ମୁସଲିମ ସମାଜ ତରଫରୁ ଭବ୍ୟ ସମ୍ବର୍ଦ୍ଧନା କରାଯଇଥିବା ଜଣାପଡିଛି | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More