ହଜିଗଲା ମାନବିକତା ଛୁଆକୁ ଜନ୍ମ କରି ରାସ୍ତାରେ ଛାଡ଼ି ଚାଲିଗଲା ମା

26

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : ମା ଓ ଶିଶୁ ମଧ୍ୟରେ ରହିଥିବା ନିବିଡ଼ ସମ୍ପର୍କ କାହାକୁ ଅଛପା ନାହିଁ । ୧୦ ମାସ ଗର୍ଭରେ ରଖି ଶିଶୁଟି ବଡ଼ ହେବା ପର୍ଯ୍ୟନ୍ତ ମା ତା ଜୀବନର ସବୁକିଛି ଶିଶୁ ପାଇଁ ଉତ୍ସର୍ଗ କରିଦେଇଥାଏ । ତେବେ ଜଣେ ମାଆ ନିଜ ଶିଶୁ ପୁତ୍ରକୁ ଅବୈଧ ଜନ୍ମ କରି ଏକ ସ୍ଥାନରେ ଲଟାବୁଦା ନିକଟରେ ଛାଡ଼ି ଚାଲିଯିବା ପରି ଏକଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ବାଇଗାଁ ଗ୍ରାମରେ। ସୂଚନା ଅନୁଯାୟୀ , ବାଇଗାଁ ସରକାରୀ ଆଶ୍ରମ ସ୍କୁଲ ପାଖରେ ଜଣେ ଗର୍ଭବତୀ ମହିଳା ଗତ କାଲି ଅପରାହ୍ନ ପ୍ରାୟ ୩ଟା ସମୟରେ ଗୋଟିଏ ଶିଶୁପୁତ୍ର ଜନ୍ମ କରି ଏକ ଲଟାବୁଦା ଥିବା ନିର୍ଜନ ସ୍ଥାନରେ ଛାଡ଼ି ଚାଲିଯାଇଥିଲା । ସ୍କୁଲ ପାର୍ଶ୍ୱରେ ଥିବା ଲଟାବୁଦା ମଧ୍ୟରୁ ଶିଶୁଟିର କାନ୍ଦିବା ଶୁଣି ବାଇଗାଁର ଜଣେ ମହିଳା ଚମ୍ପା ତନ୍ତି ଶିଶୁ ପୁତ୍ରକୁ ଉଦ୍ଧାରକରିଥିଲା । ଏହି ସମୟ ମଧ୍ୟରେ ଶିଶୁଟିକୁ ପିମ୍ପୁଡ଼ି ବେଢି ଯାଇଥିଲା। ଶିଶୁପୁତ୍ରର ଶରୀରର କେତେକ ସ୍ଥାନରେ କ୍ଷତ ମଧ୍ୟ ହୋଇଥିଲା । ମହିଳା ଚମ୍ପା ତନ୍ତି ଲଟାବୁଦା ମଧ୍ୟରୁ ଶିଶୁଟିକୁ ଯତ୍ନର ସହ କାଢ଼ି ନିଜ ଘରକୁ ନେଇ : କରି ସଫା ସୁତୁରା କରି ରଖିଥିଲା । ବାଇଗାଁ ନିକଟ ଛୋଟ ଦାଢ଼ିଆଗୁଡ଼ା ଗ୍ରାମରେ ନିଜ ସମ୍ପର୍କୀୟ ଘରେ ରଖି ସେ ଶିଶୁଟିର ଯତ୍ନ ନେଇଥିଲା । ଶିଶୁପୁତ୍ରକୁ ଦେଖିବାକୁ ଦାଢ଼ିଆଗୁଡ଼ା ଠାରେ ଆଜି ସନ୍ଧ୍ୟାରେ ପ୍ରବଳ ଜନ ଗହଳି ହୋଇଥିଲା । ଅବୈଧ ଶିଶୁପୁତ୍ର ଜନ୍ମ କରି ଚାଲିଯାଇଥିବା ମହିଳାକୁ ଠାବ କରାଯାଇ ନଥିଲେ ସୁଦ୍ଧା ମହିଳା ଜଣକ ସେହି ନିକଟ ଅଞ୍ଚଳର ବୋଲି ଆଲୋଚନା ହେଉଛି । ତେବେ ଜଣେ ଶିଶୁପୁତ୍ରକୁ ଗର୍ଭରେ ୧୦ ମାସ ଧରି କିପରି ଜଣେ ମାଆ ଏପରି ମାନବିକତା ହରାଇ ସମାଜ ପାଇଁ ଏକ କଳଙ୍କ ଅଧ୍ୟାୟ ସୃଷ୍ଟି କରିଛି ତାହା ବାଇଗାଁ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।ଆଜି ଡାବୁଗାଁ ଥାନା ଅଧିକାରି ଅଭିମନ୍ୟୁ ଦୁର୍ଗା ଖବର ପାଇବା ମାତ୍ରେ ସହ ଉପ ନିରିକ୍ଷକ ପୁସ୍ପାଞ୍ଜଳି ସୁନାନି,ଆଇ ସି ଡି ଏସ୍ ସୁପରଭାଇଜର୍ ପ୍ରଣମିତା ପଟ୍ଟନାୟକ,ଆଶାକର୍ମି ଓ ଅଙ୍ଗନୱ।ଡି କର୍ମି ଦାଢିଆଗୁଡା ଗ୍ରାମରେ ପହଞ୍ଚି ଦୁଇ ଦିନର ନବ ଜାତ ପୁଅ ଟିକୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଵାସ୍ତ୍ୟ ପରିକ୍ଷା କରାଇ ନବରଙ୍ଗପୁର ଜିଲ୍ଲା ଶିଶୁ ଯତ୍ନ ଗ୍ରୁହରେ ଛାଡି ଥିବା ଥାନା ସୁତ୍ରରୁ ପ୍ରକାଶ। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ସଙ୍ଘର୍ସ୍ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More