ସଡ଼କ ଦୂର୍ଘଟଣାରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର ଅଳ୍ପେକ ବର୍ତିଲେ ଦୁଇ ପୁଅ

15

Get real time updates directly on you device, subscribe now.

ଭଞ୍ଜନଗର(ସଂଘର୍ଷ ମିଡିଆ ) :- ଏମିତି ବି ଆସେ ମୃତ୍ୟୁ ।କେତେ ଖୁସିମନରେ ଦୁଇପୁଅ ଓ ଗର୍ଭବତୀ ସ୍ତ୍ରୀକୁ ସାଙ୍ଗରେ ଧରି ସ୍ୱାମୀ ଯାଇଥିଲେ ଶ୍ରାଦ୍ଧ ଖାଇବାକୁ | ମନରେ ଥିଲା ଅନେକ ଖୁସି ଅନେକ ସ୍ବପ୍ନ ହେଲେ ଫେରିଲା ବେଳେ ଅଧାବାଟରେ ଛକି ବସିଥିଲା ଯମ | ସତେ ଯେମିତି କେତେ ବର୍ଷର ସ୍ବପ୍ନ କେଇ ଘଂଟାରେ ଉଭେଇ ଗଲା | ପରିବାରେ ଖେଳିଗଲା କଳା ବାଦଲ | ଦେଇଗଲା ଅସରନ୍ତି ଦୁଃଖ | ମାତ୍ର କେଇଘଣ୍ଟା ଭିତରେ ପରିବାର ଉପରେ ଛିଣ୍ଡି ପଡିଲା ଦୁଃଖର ପାହାଡ଼ ମା ଛେଉଣ୍ଡ ହେଲେ ଦୁଇ ପୁଅ | ଏଭଳି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା କୁମ୍ପାପଡା ଜାତୀୟ ରାଜପଥରେ | ସୂଚନା ଅନୁସାରେ ସ୍ୱାମୀ ସୁଶାନ୍ତ ଙ୍କ ସହିତ ଶଶୁରଘର ଗ୍ରାମ ଓଡ଼ଗାଁ ଥାନା ଅଧୀନ ନାଉଖାଲ ଗ୍ରାମରୁ ବାପା ଘରକୁ ବାଇକ ନମ୍ବର OD 25 L 6055 ରେ ବସି ଫେରୁଥିବା ବେଳେ କୁମ୍ପାପଡା ନିକଟରେ ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ଥ ହୋଇଥିବା ବେଳେ ଉଭୟ ସ୍ୱାମୀ ସ୍ତ୍ରୀ ଚେତା ହରାଇ ରାସ୍ତାକଡ଼କୁ ଛିଟିକି ପଡ଼ିଥିଲେ l ସ୍ଥାନୀୟ ଲୋକେ ଏମାନଙ୍କୁ ଉଦ୍ଧାର କରି ଜଗନ୍ନାଥ ପ୍ରସାଦ ମେଡ଼ିକାଲରେ ରେ ଭର୍ତି କରିଥିବା ବେଳେ ଡାକ୍ତର ସ୍ତ୍ରୀ ଅଶାନ୍ତିଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ଖବର ପାଇ ପରିବାର ଲୋକେ ମେଡିକାଲରେ ପହଂଚି ଥିଲେକ ଏହି ଦୁର୍ଘଟଣାରେ ବାଇକ ଚାଳକ ମୃତକଙ୍କ ସ୍ୱାମୀ ସୁଶାନ୍ତ ମଧ୍ୟ ଆହାତ ହୋଇଛନ୍ତି l ସ୍ଥାନୀୟ ପୋଲିସ ଘଟଣାସ୍ତଲରେ ପହଂଚି ବାଇକଟିକୁ ଥାନାକୁ ଆଣିଥିବା ବେଳେ ଆସନ୍ତା କାଲି ଶବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ସବ୍ଇନ୍ସପେକ୍ଟର ସୁଶାନ୍ତ କୁମାର ପ୍ରଧାନ କହିଛନ୍ତି l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More