ବିରିଡି(ସଂଘର୍ଷ ମିଡିଆ) : କନ୍ଦରପୁର-ମାଛଗାଁ ୫୫ନମ୍ବର ଜାତୀୟ ରାଜପଥ ବିରିଡି ଛକ ନିକଟରେ ସଡ଼କ ଦୁର୍ଘଟଣାରେ ଘଟି ବାଇକ ଚାଳକର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଜଣକ ଜଗତସିଂହପୁର ଥାନା ଅନ୍ତର୍ଗତ କୂଳସାହି ଗ୍ରାମରେ ସୌମ୍ୟରଞ୍ଜନ ସ୍ବାଇଁ କାହ୍ନା ବୟସ ୨୧ବର୍ଷ ,ଘଟଣାରୁ ପକାଶ ମୃତକ ଜଣକ ବାଇକରେ କଟକରୁ ଘରକୁ ଫେରୁଥିବା ବେଳେ ବିରିଡି ଛକ ନିକଟରେ ବିପରିତ ଦିଗରୁ ଆସୁଥିବା ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ବିରିଡି ପୋଲିସ ପହଞ୍ଚି,ବାଇକକୁ ଜବତକରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଜଗତସିଂହପୁର ଡାକ୍ତରଖାନାକୁ ପଠାଇଛନ୍ତି। ବିରିଡିରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ ।