ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ବୃକ୍ଷ ଚାରା ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ

39

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ ) : -ଜଗତସିଂହପୁର ଜିଲାର ଅଗ୍ରଣୀ ସ୍ବେଛାସେବୀ ସଙ୍ଗଠନ ଉତ୍ସର୍ଗ ଆନୁକୂଲ୍ୟରେ ଓ କାନାଡ଼ାରେ ଅବସ୍ଥାନ କରୁଥିବା ଆମେରିକାନ ଏକ୍ସପ୍ରେସର ନିର୍ଦ୍ଧେଶକ ଆଦିତ୍ୟ କୁମାର ଭୂୟାଁଙ୍କ ପ୍ରଦତ୍ତ ବୃକ୍ଷ ଚାରା ଦାନ ଅବସରରେ ଜଗତସିଂହପୁର ବ୍ଳକ ଅନ୍ତର୍ଗତ ବିରିବାଟି ଠାରେ ବୃକ୍ଷ ଚାରା ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉତ୍ସର୍ଗର ସଭାପତି ପ୍ରିୟରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ବ୍ଳକ ଅଧ୍ୟକ୍ଷା ବିଜୟଲକ୍ଷ୍ମୀ ବେହେରା, ମୂଖ୍ୟବକ୍ତା ଭାବେ ବିଡିଓ ସାଗର ନନ୍ଦ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଜଗନ୍ନାଥ ମୁଦୁଲି, ସରପଞ୍ଚ ମାନସ ରଞ୍ଜନ ସେଠୀ, ଆତ୍ମା ଅଧ୍ୟକ୍ଷ ବାବୁଲି ସାହୂ,ଶିକ୍ଷାବିତ ତିଳତ୍ତମା ଦାଶ, ପୂର୍ବତନ ବ୍ଳକ ଆତ୍ମା ଅଧ୍ୟକ୍ଷ ବରଦା ପ୍ରସନ୍ନ ରାୟ, ୱାର୍ଡ ସଭ୍ୟ ଜିତେନ୍ଦ୍ର ରାଉତ ରାୟ, ସଂଗଠନର ସହ ସମ୍ପାଦିକା ପଙ୍କଜିନି ଯୋଗଦେଇ ବୃକ୍ଷ ରୋପଣ ମହାତ୍ମା,ଆବଶ୍ୟକତା, ଉପକାରୀତା ସମ୍ପର୍କରେ ଉପରେ ଆଲୋକପାତ କରିଥିଲେ। ବିଶ୍ୱତାପକ ଓ ଜଳବାୟୁ ର ପରିବର୍ତ୍ତନ ରୁ ବିଶ୍ୱବାସୀଙ୍କୁ ରକ୍ଷା କରିବାକୁ ହେଲେ ବୃକ୍ଷ ରୋପଣ ନିହାତି ଆବଶ୍ୟକ ବୋଲି କହିବା ସହ ମହିଳା ଗୋଷ୍ଠୀ ର ସଭ୍ୟା ମାନେ ଭୂମିକା ଗ୍ରହଣ କରିବା ଉଚିତ ।କାର୍ଯ୍ୟକ୍ରମରେ ବାରଶହ ରୁ ଉର୍ଦ୍ଧ୍ବ ଆମ୍ବ, ନଡ଼ିଆ, ଅମୃତଭଣ୍ଡା, କଦଳୀ, ଲେମ୍ବୁ ଇତ୍ୟାଦି ଚାରା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଗ୍ରାମବାସୀ ଙ୍କୁ ବଣ୍ଟନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମାନନ୍ଦ ଦାସ, ବିଷ୍ଣୁଚରଣ ଦାସ, ଗୀତାଞ୍ଜଳୀ ପଟ୍ଟନାୟକ, ପ୍ରଶାନ୍ତ ମୁଦୁଲି, ଘନଶ୍ୟାମ ହାଲୁଆ, ନାରାୟଣ ଜେନା,ଅଙ୍ଗନବାଡ଼ି କର୍ମୀ ଗୀତାଞ୍ଜଳୀ ରାୟ, ସୁଚିସ୍ମିତା ସେଠୀ, ଆଶାକର୍ମୀ ଅନ୍ନପୂର୍ଣ୍ଣା ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More