ସ୍ୱାସ୍ଥ୍ୟ ବିଭାଗର ନଗ୍ନ ଚିତ୍ର, ବିରାଶାଳ ମେଡିକାଲରେ ପ୍ରସୂତି ବାହାରେ କଲେ ପିଲା ଜନ୍ମ

22

Get real time updates directly on you device, subscribe now.

କାମାକ୍ଷାନଗର(ସଂଘର୍ଷ ମିଡିଆ ) : -ସରକାର ମେଡ଼ିକାଲର ଉର୍ଣ୍ଣତି ପାଇଁ କେତେକଣ ଯୋଜନା କରୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଅଲଗା ।ମେଡ଼ିକାଲ ଅଛି ରୋଗୀ ଆସୁଛନ୍ତି କିନ୍ତୁ ମେଡ଼ିକାଲରେ ଉପଯୁକ୍ତ ଚିକିତ୍ସା ମିଳୁନାହିଁ। ମେଡ଼ିକାଲ ବନ୍ଦ ରହୁଥିବା ଅଭିଯୋଗ ହୋଇଛି।ଏଭଳି ଘଟଣା ଘଟିଛି ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ବିରାଶାଳ ମେଡ଼ିକାଲରେ । ରହଣି ଗାଁର ସନ୍ତୋଷ ନାୟକଙ୍କ ପତ୍ନୀ ଦେବକୀ ନାୟକଙ୍କର ପ୍ରସବ ବେଦନା ହେବାରୁ ସନ୍ଧ୍ୟା ୭ଟାରେ ମେଡ଼ିକାଲ କୁ ପହଁଚିଥିବା ବେଳେ କୌଣସି କର୍ମଚାରୀ ନଥିବା ବେଳେ, ମେଡ଼ିକାଲ ମଧ୍ୟ ବନ୍ଦ ଥିଲା। ଏଠାରେ ଦୀର୍ଘ ୧ଘଣ୍ଟା ଅପେକ୍ଷା କରିବା ପରେ ମେଡ଼ିକାଲ କ୍ୟାମ୍ପସ ଭିତରେ ଖୋଲା ଆକାଶ ତଳେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ।ତାପରେ ମେଡ଼ିକାଲ ଖୋଲାଯାଇଥିଲା ଆଉ ପ୍ରସୂତି ସହିତ ଛୁଆକୁ ମେଡ଼ିକାଲ ଭିତରକୁ ନିଆଯାଇଥିଲା ।ଯାହାକି ଏଠାରେ ସ୍ୱାସ୍ଥ୍ୟ ବିଭାଗର ଦାଇତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରେ ।ଏହି ଖବର ବିଷୟରେ ମେଡିକାଲ କତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More