ସ୍ୱାମୀ ଅରୂପାନନ୍ଦଜୀଙ୍କ ଆଶ୍ରମରେ ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ

16

Get real time updates directly on you device, subscribe now.

ବିରିଡି(ସଂଘର୍ଷ ମିଡିଆ) : – ଜଗତସିଂହପୁର ଜିଲ୍ଲା ବିରିଡି ବ୍ଳକ ଅନ୍ତର୍ଗତ କୂଳକଇଜଙ୍ଗା ପଞ୍ଚାୟତ ନୂଆପାରୀ ଗ୍ରାମର ଶ୍ରୀ ସ୍ୱାମୀ ଅରୂପାନନ୍ଦଜୀଙ୍କ ଆଶ୍ରମ ଠାରେ ସାତ ଦିନ ବ୍ୟାପି ଚାଲିବାକୁ ଥିବା ବିଶ୍ୱ ଶାନ୍ତି ମହାଯଜ୍ଞ, ଶ୍ରୀ ଶ୍ରୀ ଜଗତଗୁରୁ ରାମାନନ୍ଦାଚର୍ଯ୍ୟଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା, ମହାବୀର ହନୁମାନଙ୍କ ବିଗ୍ରହ ତଥା ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ନିମାନେ ଏକ 108 କଳସ ଶୋଭାଯାତ୍ରା ଅନୁଷ୍ଠିତ ହେବା ସହିତ ସାଧୁ ସନ୍ଥ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଏହାଦ୍ୱାରା ଗ୍ରାମର ମହିଳା ମାନେ ନିକଟସ୍ଥ ଦେବୀ ନଦୀରୁ ଜଳ ଆଣିଥିଲେ । ପରେ ବିଶ୍ୱ ଶାନ୍ତି ମହାଯଜ୍ଞରେ ଅଗ୍ନି ସ୍ଥାପନ କରାଯାଇଥିଲା ।ବିଶ୍ୱର କଲ୍ୟାଣ ଓ ଶାନ୍ତି ପ୍ରତିଷ୍ଠା ପାଇଁ ଏହି କାର୍ଯ୍ୟକ୍ରମ କରାଯାଉଥିବାର ଅନୁଷ୍ଠାନ ପକ୍ଷରୁ କୁହାଯାଇଛି । ସାତ ଦିନ ଧରି ଏହି କାର୍ଯ୍ୟକ୍ରମରେ ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାରର ଶତାଧିକ ସାଧୁ ସନ୍ଥ ମାନେ ଯୋଗ ଦେଇ ଛନ୍ତି । ସ୍ୱାମୀ ଅରୂପାନନ୍ଦଜୀ ଙ୍କ ଆଶ୍ରମ ଠାରେ ସାତ ଦିନ ବ୍ୟାପି ଚାଲିବାକୁ ଥିବା ବିଶ୍ୱ ଶାନ୍ତି ମହାଯଜ୍ଞ, ଶ୍ରୀ ଶ୍ରୀ ଜଗତଗୁରୁ ରାମାନନ୍ଦାଚର୍ଯ୍ୟ ଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା, ମହାବୀର ହନୁମାନ ଙ୍କ ବିଗ୍ରହ ତଥା ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇ ଥିବା ସ୍ୱାମୀ ଆରୁପାନନ୍ଦ ମହାରାଜ କହିଛନ୍ତି । ତେବେ ସାତ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ରେ ଆଯୋଧ୍ୟା ପୀଠ, ନାସିକ କୁମ୍ଭ, ମଧ୍ୟପ୍ରଦେଶ ଓ ପୁରୀରୁ ବହୁ ସାଧୁ ସନ୍ଥ ମାନେ ଯୋଗ ଦେଇ ଥିବା ବେଳେ ଜିଲ୍ଲା, ରାଜ୍ୟ ତଥା ଭାରତର ବିଭିନ୍ନ ପ୍ରାନ୍ତରରୁ ବହୁ ସାଧୁ ସନ୍ଥ ମାନେ ଯୋଗ ଦେଇ ସନାତନ ଧର୍ମର ପ୍ରଚାର ପ୍ରସାର କରିବା ସହିତ ଲୋକମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବା ଏହାର ଲକ୍ଷ୍ୟ ବୋଲି ଆଜିର ଏହି ସମ୍ମିଳନୀରେ ସାଧୁ ସନ୍ଥ ମାନେ କହିଛନ୍ତି । ତେବେ ରାଜ୍ୟ ଗଠନ, ସତ୍ୟ ସନାତନ ଧର୍ମର ସ୍ଥାପନ, ବିଶ୍ୱର କଲ୍ୟାଣ ତଥା କଳି କଳୁଷ ନାଶନ ଉଦ୍ଧେଶ୍ୟରେ କରାଯାଇ ଥିବା ଏହି କାର୍ଯ୍ୟକ୍ରମ ପ୍ରଶଂସନୀୟ। ବିରିଡିରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More