ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ମୃତ

12

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : ସ୍ତ୍ରୀର ଅନୈତିକ କାମ ସନ୍ଦେହରେ ସ୍ୱାମୀର ଠେଙ୍ଗା ମାଡ଼ରେ ମହିଳା ଜଣକ ମୃତ l ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ତଳଗାଁ ପଞ୍ଚାୟତ ବଡ଼ ଭୁର୍ତ୍ତା ଗ୍ରାମରେ l ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ ଯେ ଅଭୟ ନାୟକ (50)ଙ୍କ ସ୍ତ୍ରୀ କୌମତି ନାୟକ (45) ସେ କୌଣସି ପରପୁରୁଷ ସହ ଅନୈତିକ କାମରେ ଲିପ୍ତ ରହୁଥିବାରୁ ସ୍ୱାମୀ ଅଭୟ ନାୟକ ସନ୍ଦେହ ନେଇ ମଙ୍ଗଳବାର ଦିନ ସ୍ତ୍ରୀ ଘରେ ଥିବା ବେଳେ ହଟାତ ପଛପଟୁ ମୁଣ୍ଡକୁ ଏକ ବାଉଁଶ ଠେଙ୍ଗାରେ ଆକ୍ରମଣ କରିଥିଲା l ସ୍ଥାନୀୟ ଲୋକେ ସ୍ତ୍ରୀର ଚିତ୍କାର ଶୁଣି ଦୌଡ଼ି ଆସି କୌମତିକୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲକୁ ନେଇଥିଲେ l ଡକ୍ଟର ଶ୍ରୀମନ୍ତ ସ୍ୱାଇଁ ମହିଳାଙ୍କୁ ମୃତ ଘୋଷଣା କରିଥିଲେ l ଏପଟେ ଖବର ପାଇ ହରଭଙ୍ଗା ପୋଲିସ ଘଟଣା ସ୍ଥଳରେ ପହଁଚି ସବ ଜବତ କରି ବ୍ୟବଚ୍ଛେଦ ପାଇଁ ବୌଦ୍ଧ ପଠାଇଥିବା ବେଳେ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଥିବା ଜଣାପଡିଛି l ଏନେଇ ହରଭଙ୍ଗା ଥାନାରେ ଏକ ମାମଲା ରୁଜୁ ହୋଇ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଘଟଣାକୁ ନେଇ ଅଞ୍ଚଳରେ ଏକ ଶୋକର ଛାୟା ଖେଳି ଯାଇଛି l ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More