ଜଗତସିଂହପୁର(ସଂଘର୍ଷ ମିଡିଆ ) : -ଜଗତସିଂହପୁର ପୌରାଞ୍ଚଳର ୧୪ନମ୍ବର ୱାର୍ଡ ଚାଟରା ଗ୍ରାମର ଟୁନି ଦାସ ସ୍ୱାମୀର ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ନିମନ୍ତେ ଜଗତସିଂହପୁର ଜିଲାପାଳଙ୍କୁ ଏକ ଦାବିପତ୍ର ଦେବାସହ ଆକୁଳ ନିବେଦନ କରିଛନ୍ତି। ଜିଲାରେ ଗରିବ ଅସହାୟ, ନିଷ୍ପେସିତ ଲୋକଙ୍କ ପାଈଁ କାର୍ଯ୍ୟ କରୁଥିବା ଆଶ୍ରିବାଦ ସେବା ସଂଗଠନ ସଭାପତି ଜଗନ୍ନାଥ ବେହେରା ଓ ସଂଗଠନର କର୍ମକର୍ତାଙ୍କ ସହାୟତାରେ ଟୁନି ଦାସ ଆଜି ସ୍ବାମୀ ଲୋକନାଥ ଦାସର ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପାଇଁ ଜିଲାପାଳଙ୍କୁ ଆବେଦନ କରିଛନ୍ତି।ଟୁନି ଦାସ କହିଛନ୍ତି କି ଜଗତସିଂହପୁର ପୋୖରାଞ୍ଚଳ ର ଚାଟରା ଗ୍ରାମରେ ଦୀର୍ଘ ଚାଳିଶ ବର୍ଷରୁ ଉର୍ଦ୍ଧ୍ବ ହେବ ସରକାରୀ ଜାଗାରେ ବସବାସ କରି ପରିବାର ପ୍ରତିପୋଷଣ କରୁଥିଲୁ।କିନ୍ତୁ ଦଇବ ଦାଉ ସାଧିଲା ଆମ ପରିବାର ଉପରେ । ଦୁଇ ବର୍ଷ ହେବ ସ୍ବାମୀ ଲୋକନାଥ ଙ୍କର ଲିଭର ରୋଗ ହେବା ସହ ମେରୁଦଣ୍ଡ ମଧ୍ୟ ଅଚଳ ହୋଇପଡିଛି।ଘରେ ଯାହାଥିଲା ବିକିବାକି ଚିକିତ୍ସା କରିଥିଲୁ।ଏବେ ଅଧିକ ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକ ହେଉଥିବାରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପ୍ରଦାନ କରାଗଲେ ଲୋକନାଥର ଚିକିତ୍ସା ହୋପାରିଵ।ତେବେ ଦାବିପତ୍ର ଦେବା ସମୟରେ ଆଶ୍ରିବାଦ ସେବା ସଙ୍ଗଠନର ଜିତେନ୍ଦ୍ର ସାହୂ, ସୌମ୍ୟରଂଜନ ମଲ୍ଲିକ, ସ୍ୱର୍ଣ୍ଣ ଲିପି ଦାସ, ପ୍ରଦୀପ ଚରଣ ଦାସ,ଦୈତାରି ଭୋଇ,ସରୋଜ ଦାସ ପ୍ରମୁଖ ଉପସ୍ଥିତ ଥିଲେ।ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।